ଯଦି ଢାଞ୍ଚାଗୁଡ଼ିକୁ ବେଆଇନ ଘୋଷଣା କରାଯାଏ, ଶହ ଶହ କୋଟି ଟଙ୍କାର ଅପଚୟ ପାଇଁ କିଏ ଦାୟୀ ରହିବ?

Advertisment

ରାଜ୍ୟ ସରକାରଙ୍କୁ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଟାର୍ଗେଟ

ରାଜ୍ୟ ସରକାରଙ୍କୁ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଟାର୍ଗେଟ

ମୁଁ କେବେ ଲିଙ୍ଗରାଜ ଆଇନକୁ ବିରୋଧ କରିନି: ଅପରାଜିତା

The New Indian Express

ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଭୁବନେଶ୍ବରର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେ ନିଜ ଟୁଇଟରରେ ଲେଖିଛନ୍ତି, ମହାପ୍ରଭୁ ଜଗନ୍ନାଥ ନିଜକୁ ଓ ଶ୍ରୀମନ୍ଦିରକୁ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି। ଏକ ନିର୍ବାଚିତ ସରକାରଙ୍କ ବେଆଇନ କାର୍ଯ୍ୟରୁ ନିଜକୁ ରକ୍ଷା ପାଇବାକୁ ମହାପ୍ରଭୁ ଚେଷ୍ଟିତ। ଆର୍କୋଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ (ଏଏସଆଇ)ର ରିପୋର୍ଟରେ କୁହାଯାଇଛି ଯେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଦ୍ବାରା ଐତିହାସିକ କୀର୍ତ୍ତିରାଜିର ଅପୂରଣୀୟ କ୍ଷତି ଘଟିବାର ଆଶଙ୍କା ରହିଛି।

ହାଇକୋର୍ଟରେ  ଏଏସଆଇ ପକ୍ଷରୁ ଦାଖଲ ହୋଇଥିବା  ସତ୍ୟପାଠରେ ରାଜ୍ୟ ସରକାରଙ୍କ ଭୁଲ୍ ସ୍ପଷ୍ଟ ହୋଇଛି ବୋଲି ବି ସାଂସଦ ଲେଖିଛନ୍ତି।

ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି କି  ଯଦି ଉକ୍ତ ଢାଞ୍ଚାଗୁଡ଼ିକ ବେଆଇନ ଘୋଷଣା ହୁଏ, ତେବେ ଜନସାଧାରଣଙ୍କର ଯେଉଁ ଶହ ଶହ କୋଟି ଟଙ୍କାର ଅପଚୟ ହୋଇଛି, ସେଥିପାଇଁ କିଏ ଦାୟୀ ରହିବ?

ସୂଚନାଯୋଗ୍ୟ, ହାଇକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ଆର୍କୋଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ (ଏଏସଆଇ) ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି। ଏଥିରେ ପ୍ରକଳ୍ପ ନିର୍ମାଣ ପାଇଁ କୌଣସି ପ୍ରକାରର ଅନୁମତି ଦେଇନାହୁଁ ବୋଲି ଏଏସଆଇ ଜଣାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe