ଦଳବିରୋଧୀ କାର୍ଯ୍ୟ ପାଇଁ ୧୨ ବିଜେପି ନେତା ବହିଷ୍କାର

Advertisment
ବଦଳିଲେ ୫ ମଣ୍ଡଳ ସଭାପତି; ପାଟଣା ବିଜେପିରେ ବିରୋଧର ସ୍ବର

Image Courtesy of Latestly

ଭୁବନେଶ୍ୱର : ଜିଲ୍ଲା ସଭାପତିଙ୍କ ସୁପାରିସ ଏବଂ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ କୋରାପୁଟ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଦିଲ୍ଲୀପ କୁମାର ସ୍ୱାଇଁ, ସୁନାବେଡା ପୌର ପରିଷଦ ମଣ୍ଡଳର ରାଜେନ୍ଦ୍ର କୁମାର ପାତ୍ର, ରାୟଗଡ଼ା ଜିଲ୍ଲା ମହିଳା ମୋର୍ଚ୍ଚାର ଜିଲ୍ଲା ସମ୍ପାଦିକା ସୁଜାତା ପଟ୍ଟନାୟକ, ରାୟଗଡା ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବି.ଗଙ୍ଗାଧର, ନବରଙ୍ଗପୁର ପୌର ପରିଷଦ ମଣ୍ଡଳର ମଳୟ ଜେନା ଏବଂ ମହିଳା ମୋର୍ଚ୍ଚା ମଣ୍ଡଳ ସାଧାରଣ ସମ୍ପାଦିକା ବବିତା ସାହୁ, ସୁନ୍ଦରଗଡ଼ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ହିମାଂଶୁ ଷଡ଼ଙ୍ଗୀ, ସୁନ୍ଦରଗଡ ଜିଲ୍ଲା ଓବିସି ମୋର୍ଚ୍ଚା ଜିଲ୍ଲା ଉପସଭାପତି ବୈକୁଣ୍ଠ ବାନଛର, ସୁନ୍ଦରଗଡ ନଗର ମଣ୍ଡଳ ସଭାପତି(ଅନୁସୂଚିତ ଜାତି ମୋର୍ଚ୍ଚା) ମହେଶ ତନ୍ତି, ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ତୁଷୁରାର ପୂର୍ବତନ ମଣ୍ଡଳ ସଭାପତି ଅମରେଶ କେଡ଼ିଆ, ଝାରସୁଗୁଡା ଜିଲ୍ଲା ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ମନୋଜ ଅଗ୍ରୱାଲ, ନୂଆପଡ଼ା ଜିଲ୍ଲା ସାଧାରଣ ସମ୍ପାଦକ(ଅନୁସୂଚିତ ଜାତି ମୋର୍ଚ୍ଚା) ନିମାଇଁ ଚରଣ ତାଣ୍ଡିଙ୍କୁ ଦଳରୁ ବହିଷ୍କାର କରାଯାଇଛି ବୋଲି ଦଳ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି।

କଳାହାଣ୍ଡି ଜିଲ୍ଲାର ବହୁ ନିର୍ବାଚିତ ସମିତି ସଭ୍ୟ ବିଜେପିରେ ମିଶିଲେ

ଭୁବନେଶ୍ୱର : କଳାହାଣ୍ଡି ଜିଲ୍ଲାର ବହୁ ନବନିର୍ବାଚିତ ସମିତି ସଭ୍ୟ ରବିବାର ଦିନ ଆନୁଷ୍ଠାନିକ ଭାବେ ବିଜେପିରେ ମିଶିଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟ ଠାରେ ଆୟୋଜିତ ମିଶ୍ରଣ ପର୍ବରେ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଦଳରେ ସାମିଲ୍ ହୋଇଥିବା ସମସ୍ତ ନେତାଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ବାଗତ କରିଥିଲେ। କଳାହାଣ୍ଡି ଜିଲ୍ଲା ସାଧାରଣ ସଂପାଦକ ଯୁଗଲ କିଶୋର ପୋଡ଼ ଏବଂ ନବନିର୍ବାଚିତ ଭବାନିପାଟଣା ବ୍ଲକ ଚେୟାରମ୍ୟାନ ପ୍ରଫୁଲ୍ଲ ସାହୁଙ୍କ ନେତୃତ୍ୱରେ ନବନିର୍ବାଚିତ ସମିତି ସଭ୍ୟ ପୁଷ୍ପାଞ୍ଜଳି ସାହୁ, ଗୋପାଲ ରଣା, ଦାମ ଧରୁଆ, ଜନନୀ ବେମାଲ, ଗୀତାଞ୍ଜଳି ସାହୁ, ତିବୁଲି ନାଗ, ତିଳୋତମା ଜାଲ୍‌, ରଜନୀ ସାହୁ, ବଲ୍ଲଭି ନାଏକଙ୍କ ସମେତ ସରପଞ୍ଚ ୟୁନିଅନର ପୂର୍ବତନ ସଭାପତି ରବୀନ୍ଦ୍ର ସାହୁ, ପୂର୍ବତନ ସରପଞ୍ଚ ସୁଶାନ୍ତ କୁମାର ସାହୁ, ଅରୁଣ ମାଝୀ, ଦୟା ବେମାଲ, ବେଲାଳସେନ ନାଏକ ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe