ସମ୍ବଲପୁର: ଦୁଇ ଦିନରେ କୋଭିଡ୍ ହସ୍ପିଟାଲରେ ୨୦ ମୃତ୍ୟୁ

Advertisment
ବୁର୍ଲା ଭିମ୍‌ସାର୍‌ କୋଭିଡ୍ ହସ୍ପିଟାଲ୍‌ ସ୍ଥିତି ଅସହ୍ୟ, ଗୋଟିଏ ଦିନରେ ୨୬ ମୃତ୍ୟୁ

ସମ୍ବଲପୁର : ବୁର୍ଲା ଭିମ୍‌ସାର୍‌ କୋଭିଡ୍ ହସ୍ପିଟାଲ୍‌ରେ ମୃତ୍ୟୁ ସଂଖ୍ୟା ଥମିବାର ନାଁ ନେଉନାହିଁ। ଶନିବାର ଓ ରବିବାର ଦୁଇଦିନରେ କୋଭିଡ୍‌ ହସ୍ପିଟାଲରେ ଆଉ ୨୦ ଜଣ କରୋନା ସଂକ୍ରମିତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଶନିବାର ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ରବିବାର ଦିନ ୧୩ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି।

ଶନିବାର ସମ୍ବଲପୁର ଜିଲ୍ଲାରୁ ସର୍ବାଧିକ ୪ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଥିବା ବେଳେ ନୂଆପଡ଼ା, ବରଗଡ଼ ଓ ବଲାଙ୍ଗୀରର ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି। ମୃତକଙ୍କ ମଧ୍ୟରେ ସମ୍ବଲପୁରର ଜଣେ ୫୪ ବର୍ଷୀୟ, ଜଣେ ୫୧ ବର୍ଷୀୟ, ଜଣେ ୫୦ ବର୍ଷୀୟ ଓ ଜଣେ ୯୨ ବର୍ଷୀୟ ରହିଥିବା ବେଳେ ବରଗଡ଼ର ଜଣେ ୪୬ ବର୍ଷୀୟ, ବଲାଙ୍ଗୀରର ଜଣେ ୫୭ ବର୍ଷୀୟ ଏବଂ ନୂଆପଡ଼ାର ଜଣେ ୫୦ ବର୍ଷୀୟ ରହିଛନ୍ତି। ରବିବାର ମଧ୍ୟ ସମ୍ବଲପୁରରୁ ସର୍ବାଧିକ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଝାରସୁଗୁଡ଼ାରୁ ୩ ଜଣ, ବରଗଡ଼ରୁ ୨ ଜଣ, ସୁବର୍ଣ୍ଣପୁର, ସୁନ୍ଦରଗଡ଼, ବଲାଙ୍ଗୀର ଓ କଳାହାଣ୍ଡିର ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି। ମୃତକଙ୍କ ମଧ୍ୟରେ ସମ୍ବଲପୁରର ଜଣେ ୩୫ ବର୍ଷୀୟ, ଜଣେ ୬୩ ବର୍ଷୀୟ, ଜଣେ ୭୫ ବର୍ଷୀୟ ଓ ଜଣେ ୮୨ ବର୍ଷୀୟ, ଝାରସୁଗୁଡ଼ାର ଜଣେ ୪୦ ବର୍ଷୀୟା, ଜଣେ ୪୫ ବର୍ଷୀୟ ଓ ଜଣେ ୬୫ ବର୍ଷୀୟ, ବରଗଡ଼ର ଜଣେ ୪୭ ବର୍ଷୀୟ ଓ ଜଣେ ୭୫ ବର୍ଷୀୟ, ସୁବର୍ଣ୍ଣପୁରର ଜଣେ ୪୫ ବର୍ଷୀୟ, ସୁନ୍ଦରଗଡ଼ର ଜଣେ ୪୫ ବର୍ଷୀୟ, ବଲାଙ୍ଗୀରର ଜଣେ ୫୭ ବର୍ଷୀୟ ଏବଂ କଳାହାଣ୍ଡିର ଜଣେ ୬୫ ବର୍ଷୀୟା ରହିଛନ୍ତି। ଏହି ୨୦ ଜଣ ମୃତକଙ୍କୁ ମିଶାଇ ବୁର୍ଲା କୋଭିଡ୍‌ ହସ୍ପିଟାଲ୍‌ରେ ମୋଟ ମୃତ୍ୟୁ ସଂଖ୍ୟା ୪୫୧କୁ ବୃଦ୍ଧି ପାଇଛି। ବର୍ତ୍ତମାନ ଭିମ୍‌‌ସାର୍‌ କୋଭିଡ୍ ହସ୍ପିଟାଲ୍‌ରେ ୧୯୨ରୁ ଅଧିକ କରୋନା ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe