ବାସି ପଖାଳ ଖାଇ ୨୪ ଅସୁସ୍ଥ

ବାସି ପଖାଳ ଖାଇ ୨୪ ଅସୁସ୍ଥ

ତିହିଡ଼ି: ବାସି ପଖାଳ ଖାଇ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ କୁବେରା ପଞ୍ଚାୟତ ଦୀପବାଡ଼ି ଗ୍ରାମରେ ୨୪ ଜଣ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ରାମନବମୀ ଅବସରରେ ଠାକୁର ଭସାଣି ପାଇଁ ଦୀପବାଡ଼ି ଗ୍ରାମରେ ଅନ୍ନପ୍ରସାଦ ତିଆରି ହୋଇଥିଲା। ମଙ୍ଗଳବାର ରାତିରେ ଭସାଣି ସାରି ଗ୍ରାମବାସୀ ଏହି ଅନ୍ନପ୍ରସାଦ ଖାଇ ଘରକୁ ଯାଇଥିବା ବେଳେ କିଛି ପ୍ରସାଦ ବଳି ପଡ଼ିଥିଲା। ବଳକା ପ୍ରସାଦକୁ ପଖାଳ କରି ତହିଁ ପରଦିନ ଗ୍ରାମର କେତେକ ଲୋକ ଖାଇଥିଲେ। ତେବେ ଏହାକୁ ଖାଇବା ପରେ ସନ୍ଧ୍ୟାରେ କିଛି ଗ୍ରାମବାସୀ ଅସୁସ୍ଥ ହୋଇ ପଡ଼ିଥିଲେ।

ଝାଡ଼ାବାନ୍ତିରେ ୨୪ ଜଣ ଆକ୍ରାନ୍ତ ହେବାରୁ ସେମାନଙ୍କୁ ତିହିଡ଼ି ଡାକ୍ତରଖାନା ଓ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏବେ ସମସ୍ତଙ୍କର ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଛି। ବାସି ପଖାଳ ବିଷାକ୍ତ ହୋଇ ଯାଇଥିବାରୁ ଏଭଳି ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe