ଟୁଇନ୍ ସିଟି ଏକଦମ୍ ଠପ୍: ବିରୋଧୀ କହୁଛନ୍ତି ସଫଳ, ଫସି ରହିଥିବା ସାଧାରଣ ଲୋକେ କହୁଛନ୍ତି ଭିନ୍ନ କଥା

Advertisment

ଅସହାୟ ହୋଇ ଶେଷରେ ନିଜ ଜୀବନ ନେଇଥିବ‌ା ବାଲେଶ୍ୱରର ଫକୀର ମୋହନ କଲେଜ ଛାତ୍ରୀଙ୍କ ପାଇଁ ନ୍ୟାୟ ଦାବି କରି କଂଗ୍ରେସ ଏବଂ ଅନ୍ୟ ସାତଟି ବିରୋଧୀ ଦଳ ଦ୍ୱାରା ଡାକରା ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଗୁରୁବାର ରାଜ୍ୟର ପ୍ରମୁଖ ସହରାଞ୍ଚଳଗୁଡ଼ିକରେ ଜୀବନଯାତ୍ରାକୁ ଠପ୍ କରିଦେଇଛି...

ଅସହାୟ ହୋଇ ଶେଷରେ ନିଜ ଜୀବନ ନେଇଥିବ‌ା ବାଲେଶ୍ୱରର ଫକୀର ମୋହନ କଲେଜ ଛାତ୍ରୀଙ୍କ ପାଇଁ ନ୍ୟାୟ ଦାବି କରି କଂଗ୍ରେସ ଏବଂ ଅନ୍ୟ ସାତଟି ବିରୋଧୀ ଦଳ ଦ୍ୱାରା ଡାକରା ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଗୁରୁବାର ରାଜ୍ୟର ପ୍ରମୁଖ ସହରାଞ୍ଚଳଗୁଡ଼ିକରେ ଜୀବନଯାତ୍ରାକୁ ଠପ୍ କରିଦେଇଛି...

Twin City completely at a standstill: Opponents saying success, common people stuck saying different things

Twin City completely at a standstill: Opponents saying success, common people stuck saying different things Photograph: (sambad.in)

ଭୁବନେଶ୍ବର/କଟକ: ଅସହାୟ ହୋଇ ଶେଷରେ ନିଜ ଜୀବନ ନେଇଥିବ‌ା ବାଲେଶ୍ୱରର ଫକୀର ମୋହନ କଲେଜ ଛାତ୍ରୀଙ୍କ ପାଇଁ ନ୍ୟାୟ ଦାବି କରି କଂଗ୍ରେସ ଏବଂ ଅନ୍ୟ ସାତଟି ବିରୋଧୀ ଦଳ ଦ୍ୱାରା ଡାକରା ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଗୁରୁବାର ରାଜ୍ୟର ପ୍ରମୁଖ ସହରାଞ୍ଚଳଗୁଡ଼ିକରେ ଜୀବନଯାତ୍ରାକୁ ଠପ୍ କରିଦେଇଛି ।

ବନ୍ଦକୁ ନେଇ ବିରୋଧୀ ଦଳ ସଫଳ ବୋଲି କହୁଛନ୍ତି। କିନ୍ତୁ ବନ୍ଦ ଯୋଗୁ ସାଧାରଣ ଲୋକେ ଭିନ୍ନ କଥା କହିଛନ୍ତି। ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଯାତ୍ରୀ ଏନେଇ ହନ୍ତସନ୍ତ ହେବା ସହିତ ବନ୍ଦ ଦ୍ବାରା କ’ଣ ନ୍ୟାୟ ମିଳିବ ବୋଲି ପ୍ରଶ୍ନ କରିଛନ୍ତି।

କଂଗ୍ରେସ ନେତାମାନେ ବନ୍ଦ ଶାନ୍ତିପୂର୍ଣ୍ଣ ରହିବ ବୋଲି କହିଥିଲେ ମଧ୍ୟ, ପ୍ରଶାସନ ସମସ୍ତ ଦଳକୁ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ଏବଂ ଜନସାଧାରଣଙ୍କୁ ଅସୁବିଧାରେ ପକାଇବାରୁ ଦୂରେଇ ରହିବାକୁ ଅନୁରୋଧ କରିଛି।

ସନ୍ଧ୍ୟା ୬ଟାରେ ବନ୍ଦ ଶେଷ ହେବା ସହିତ ସନ୍ଧ୍ୟା ସୁଦ୍ଧା ସ୍ୱାଭାବିକତା ଫେରି ଆସିବାର ଆଶା କରାଯାଉଛି ବୋଲି କର୍ତ୍ତୃପକ୍ଷ ନିଶ୍ଚିତ କରିଛନ୍ତି।

ରିପୋର୍ଟ ଅନୁଯାୟୀ ଧର୍ମଘଟ ଆରମ୍ଭ ହେବାର ପ୍ରାୟ ଦୁଇ ଘଣ୍ଟା ପରେ, ଭୁବନେଶ୍ୱର ଏବଂ କଟକ ଟୁଇନ ସିଟିରେ ରାଜନୈତିକ ଦଳଙ୍କ ପକ୍ଷରୁ ପିକେଟିଂ, ଟ୍ରାଫିକ ଅବରୋଧ କରିବା ଦ୍ବାରା ସାଧାରଣ ପରିବହନ ଏବଂ ଦୈନନ୍ଦିନ କାର୍ଯ୍ୟ ଗୁରୁତର ଭାବରେ ପ୍ରଭାବିତ ହୋଇଛି।

ଭୁବନେଶ୍ୱରରେ, ଶହ ଶହ କଂଗ୍ରେସ କର୍ମୀ ରେଳ ଷ୍ଟେସନ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆନ୍ଦୋଳନକାରୀମାନେ ଚାଲୁଥିବା ରେଳ ସେବା ବନ୍ଦ କରିବା ପାଇଁ ପ୍ଲାଟଫର୍ମରେ ଧସେଇ ପଶିବାକୁ ଚେଷ୍ଟା କରିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ନିୟୋଜିତ ସୁରକ୍ଷା କର୍ମୀମାନେ ହସ୍ତକ୍ଷେପ କରିଥିଲେ। ଯାହା ଫଳରେ ଅଳ୍ପ  ନିର୍ଦ୍ଧାରିତ ଟ୍ରେନ ପରିଚାଳନାରେ ବାଧା ସୃଷ୍ଟି ହୋଇଥିଲା।

ବିକ୍ଷୋଭକାରୀମାନେ ଟାୟାର ଜାଳି ପ୍ରମୁଖ ରାସ୍ତାଗୁଡ଼ିକୁ ଅବରୋଧ କରିଥିଲେ, ଯାହା ଫଳରେ ରାଜ୍ୟ ରାଜଧାନୀରେ ଟ୍ରାଫିକ୍ ଅଚଳ ହୋଇପଡ଼ିଛି।

ଭୁବନେଶ୍ବର ଏବଂ କଟକ ଉଭୟ ସହରରେ, କର୍ତ୍ତୃପକ୍ଷ ସତର୍କ ରହିଥିଲେ।  ପ୍ରତିବାଦ ସ୍ଥାନଗୁଡ଼ିକ ଉପରେ ନଜର ରଖିବା ପାଇଁ ଡ୍ରୋନ୍‌ର ବ୍ୟବହାର କରାଯାଇଥିବା ଜଣାପଡ଼ିଛି।

ଭୁବନେଶ୍ୱର ଏବଂ କଟକର ପ୍ରମୁଖ ଟର୍ମିନାଲରୁ ବସ୍ ସେବା ସକାଳ ସମୟରୁ ବାଧାପ୍ରାପ୍ତ ହୋଇଛି। ଯାହା ଫଳରେ ଅନେକ ଯାତ୍ରୀ, ବିଶେଷକରି ସହର ବାହାରୁ ଆସୁଥିବା ଯାତ୍ରୀମାନେ କୌଣସି ବିକଳ୍ପ ନ ପାଇ ଫସି ରହିଛନ୍ତି। ଅନେକ ଛକରେ ଅଟୋ ଏବଂ ଟ୍ୟାକ୍ସି ମଧ୍ୟ ଅଟକି ରହିଛି। ଯାହା ଫଳରେ ଅଫିସ ଯାଉଥିବା ଲୋକେ ସମସ୍ୟାରେ ପଡ଼ିଛନ୍ତି। ପ୍ରଦର୍ଶନକାରୀ ଆମ ବସ୍‌ରୁ ଯାତ୍ରୀଙ୍କୁ ବାହାର କରି ଦେଇଥିବାର ଦେଖିବାକୁ ମିଳିଛି।

ଯାତ୍ରୀମାନେ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ବିକଳ୍ପ ବ୍ୟବସ୍ଥା ଖୋଜି ବ୍ୟାଗ୍ ଲଗେଜ୍ ବୋହି ବୋହି ରାସ୍ତାରେ ବୁଲୁଥିବାର ଦେଖିବାକୁ ମିଳିଛି। 

କଟକରେ, କଂଗ୍ରେସ କର୍ମୀମାନେ ପ୍ରମୁଖ ଛକଗୁଡ଼ିକରେ ପିକେଟିଂ କରିଛନ୍ତି। ବ୍ୟବସାୟ, ବଜାର ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ ରହିଛି। ତେବେ ଜରୁରୀକାଳୀନ ସେବାଗୁଡ଼ିକୁ ବନ୍ଦ କରାଯାଇ ନାହିଁ। ତେବେ କେତେକ ସ୍ଥଳରେ କିଛି ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଛି।

କିଛି ଔଷଧ ଦୋକାନ ଖୋଲା ରହିଥିବା ବେଳେ, ଅନ୍ୟଗୁଡ଼ିକ ବନ୍ଦ ଥିବା ଦେଖିବାକୁ ମିଳିଛି। କଟକରେ ସରକାରୀ ସିଟି ବସ୍ ସୀମିତ ପରିମାଣରେ ଚଳାଚଳ କରୁଥିବା ଦେଖାଯାଇଛି। 

ମଧ୍ୟାହ୍ନ ପର୍ଯ୍ୟନ୍ତ କୌଣସି ବଡ଼ ଧରଣର ହିଂସାର ରିପୋର୍ଟ ହୋଇନାହିଁ। ପୁଲିସ ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ, ଭିଡ଼ ନିୟନ୍ତ୍ରଣ ଏବଂ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିର ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ନିୟୋଜିତ କରାଯାଇଛି।

ବାଲେଶ୍ୱରର ଫକୀର ମୋହନ ସ୍ୱୟଂଶାସିତ କଲେଜର ଜଣେ ଛାତ୍ରୀ ଗତ ସପ୍ତାହରେ କ୍ୟାମ୍ପସରେ ଆତ୍ମଦାହ ଉଦ୍ୟମ କରିଥିବାରୁ ତାଙ୍କ ମୃତ୍ୟୁର ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଥିଲା। ଏହି ଘଟଣା ସମଗ୍ର ରାଜନୈତିକ ବର୍ଗରେ ଉତ୍ତେଜନା ସୃଷ୍ଟି କରିଥିଲା, ବିରୋଧୀ ଦଳଗୁଡ଼ିକ ଅବହେଳା ଅଭିଯୋଗ ଆଣି ନ୍ୟାୟିକ ତଦନ୍ତ ଦାବି କରିଥିଲେ।

 Bhubaneswar | Cuttack

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe