ଦ୍ବୈତ ନଗରୀରେ ଗଣେଶ ପୂଜା ହେବ କି ନାହିଁ ସେ ନେଇ ପ୍ରଶାସନ ନିଷ୍ପତ୍ତି ନେବ: ଉଚ୍ଚ ନ୍ୟାୟାଳୟ

ମିଥ୍ୟା ସତ୍ୟପାଠ ଅଭିଯୋଗ: ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ନିମ୍ନ ଅଦାଲତରେ ବିଚାରାଧୀନ ମାମଲା ରଦ୍ଦ କଲେ ହାଇକୋର୍ଟ

image source-new india express

କଟକ: କଟକ- ଭୁବନେଶ୍ବର ଦ୍ବୈତ ନଗରୀରେ ଗଣେଶ ପୂଜା ହେବ କି ନାହିଁ ସେ ନେଇ ପ୍ରଶାସନ ନିଷ୍ପତ୍ତି ନେବ ବୋଲି ଓଡ଼ିଶା ଉଚ୍ଚ ନ୍ୟାୟାଳୟ କହିଛନ୍ତି। ଏକ ଜନସ୍ୱାର୍ଥ ମାମଲାର ବିଚାର କରି ଉଚ୍ଚ ନ୍ୟାୟାଳୟ ଆଜି ଏହି ନିର୍ଦେଶନାମା ଜାରି କରିଛନ୍ତି ।

କରୋନା ମହାମାରୀଙ୍କୁ ଦୃଷ୍ଟିରେ ରଖି ଦ୍ବୈତ ନଗରୀରେ ମଣ୍ଡପରେ ଗଣେଶପୂଜା ଉପରେ ପ୍ରତିବନ୍ଧକ ଲଗାଇଥିଲା କମିଶନରେଟ ପୁଲିସ । ଏପରିକି ଗଣେଶ ପୂଜା ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦିଆଯାଇଥିଲା । ଏହାକୁ ବିରୋଧ କରି କଟକର ବୁଢା ଗଣେଶ ପୂଜା କମିଟି ସଭାପତି ଜନସ୍ୱାର୍ଥ ମାମଲା ଦାୟର କରିଥିଲେ । ଏହାର ବିଚାର କରି ଗଣେଶ ପୂଜା ଉପରେ ପ୍ରଶାସନ ନିଷ୍ପତ୍ତି ନେବ ବୋଲି ଉଚ୍ଚ ନ୍ୟାୟାଳୟ ନିର୍ଦେଶନାମା ଜାରି କରିଛନ୍ତି । ଆଉ ଦିନକପରେ ଅର୍ଥାତ ୨୨ ତାରିଖରେ ଗଣେଶପୂଜା ପଡ଼ୁଛି ।

ସୂଚନାଯୋଗ୍ୟ, କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ବଡ଼ ଧାର୍ମିକ ଜନସମାଗମ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିବନ୍ଧକ ଲଗାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି କମିସନ୍‌ରେଟ ପୁଲିସ ଭୁବନେଶ୍ବର ଓ କଟକରେ ସାମୂହିକ ଗଣେଶ ପୂଜା ପାଳନ ଉପରେ ରୋକ ଲଗାଇଥିଲେ। କମିସନରେଟ୍ ପୁଲିସ ପକ୍ଷରୁ ଟୁଇଟ୍ କରାଯାଇ ଏହି ସୂଚନା ଦିଆଯାଇଥିଲା। ଏହା ଫଳରେ ପୂଜା ମଣ୍ଡପମାନଙ୍କରେ ଗଣେଶ ପୂଜା ହୋଇପାରିବ ନାହିଁ । ଏପରିକି ମୁମ୍ବାଇରେ ପ୍ରତିବର୍ଷ ଧୁମ୍‌ଧାମ୍‌ରେ ପାଳନ ହେଉଥିବା ଗଣପତି ଉତ୍ସବ ଚଳିତ ବର୍ଷ ଅନୁଷ୍ଠିତ ହେବ ନାହିଁ ବୋଲି କମିସନରେଟ୍ ପକ୍ଷରୁ କୁହାଯାଇଛି।
ଦିନକୁ ଦିନ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ଏଭଳି ନିଷ୍ପତ୍ତି ନିଆଯାଉଛି। ସଂକ୍ରମଣ ହ୍ରାସ ପାଇଁ ନିଆଯାଉଥିବା ନିଷ୍ପତ୍ତିକୁ ପାଳନ କରିବାକୁ କମିସନ୍‌ରେଟ ପୁଲିସ ସମସ୍ତଙ୍କୁ ଅନୁରୋଧ କରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe