ଗୋଟିଏ ସ୍ଥାନରେ ସକାଳୁ-ସଂଧ୍ୟାରେ ଦୁର୍ଘଟଣା: ବାପାଙ୍କ ମୃତ୍ୟୁର ୧୪ ଦିନରେ ଆରପାରିକୁ ଚାଲିଗଲେ ପୁଅ

Advertisment

ନବରଙ୍ଗପୁର ଥାନା ଅନ୍ତର୍ଗତ ଟିର୍ଲି ଆମ୍ବଗୁଡା ଛକ ନିକଟରେ ଗୋଟିଏ ସ୍ଥାନରେ ସକାଳୁ ଓ ସଂଧ୍ୟାରେ ୨ ଗୋଟି ପୃଥକ ବାଇକ ଦୁର୍ଘଟଣା। ଜଣେ ମୃତ ଓ ୨ ଜଣ ଗୁରୁତର ଆହତ ହୋଇଛନ୍ତି।

ନବରଙ୍ଗପୁର ଥାନା ଅନ୍ତର୍ଗତ ଟିର୍ଲି ଆମ୍ବଗୁଡା ଛକ ନିକଟରେ ଗୋଟିଏ ସ୍ଥାନରେ ସକାଳୁ ଓ ସଂଧ୍ୟାରେ ୨ ଗୋଟି ପୃଥକ ବାଇକ ଦୁର୍ଘଟଣା। ଜଣେ ମୃତ ଓ ୨ ଜଣ ଗୁରୁତର ଆହତ ହୋଇଛନ୍ତି।

କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

ନବରଙ୍ଗପୁର: ନବରଙ୍ଗପୁର ଥାନା ଅନ୍ତର୍ଗତ ଟିର୍ଲି ଆମ୍ବଗୁଡା ଛକ ନିକଟରେ ଗୋଟିଏ ସ୍ଥାନରେ ସକାଳୁ ଓ ସଂଧ୍ୟାରେ ୨ ଗୋଟି ପୃଥକ ବାଇକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ମୃତ ଓ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସକାଳୁ ଟିର୍ଲି ଆମ୍ବଗୁଡା ଛକ ନିକଟରେ ଗୋଟିଏ ଗୋଡି ଓ  ବାଇକମଧ୍ୟରେ  ଧକ୍କା ହେବା ଫଳରେ ବାଇକରେ ବସିଥିବା ୨ ଜଣ ଆରୋହୀ କୋଷାଗମୁଡା ବ୍ଲକ ଆଟିଗାଁ ଗ୍ରାମର କେଶବ ମାଳି ଓ କର୍ଣ୍ଣ ଭତ୍ରା ଗୁରୁତର ଭାବେ ଆହତ ହୋଇଥିଲେ। ଆହତ ୨ ଜଣଙ୍କୁ ସ୍ଥାନୀୟ ବାସିନ୍ଦା ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରାଇଥିଲେ।

ସେହିପରି ସେହି ଏକା ସ୍ଥାନରେ ସଂଧ୍ୟା ୭ଟା ବେଳେ ଜଣେ ବାଇକ ଆରୋହୀ ଏକ ଗାଡି ସହିତ ଧକ୍କା ହେବା ଫଳରେ ବାଇକ ଆରୋହୀଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ମୃତକ ଜଣକ ହେଲେ କୋଷାଗୁମୁଡା ବ୍ଲକ କେ.ସେମଲା ପଞ୍ଚାୟତର କଣ୍ଟାସରୁଗୁଡା ଗ୍ରାମର ଦେବ। 

ଦେବଙ୍କ ବାପାଙ୍କ ମୃତ୍ୟୁ ହୋଇଥିବାରୁ ତାଙ୍କ ବାପାଙ୍କ ଦଶାହ କାର୍ଯ୍ୟ ଗତ ରବିବାର ଦିନ ହୋଇଥିଲା। ଦଶାହ କାମ ସରିବା ପରେ ତାଙ୍କ ଝିଅ ନବରଙ୍ଗପୁର ବ୍ଲକ ବିକ୍ରମପୁର ସ୍କୁଲରେ ରହି ପାଠ ପଢ଼ୁଥିବାରୁ ଝିଅକୁ ସ୍କୁଲ ରେ ଛାଡିବା ପାଇଁ ଆସିଥିଲେ। ସେ ଝିଅକୁ ସ୍କୁଲରେ ଛାଡିବା ପରେ ବେହେରାଗୁଡା ଗ୍ରାମରେ ରହୁଥିବା ନିଜ ଭଉଣୀ ଘରକୁ ଯାଇ ପୁଣି ନିଜ ଗାଁକୁ ଫେରିବା ବେଳେ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ। ତେବେ ଦୁର୍ଘଟଣା କିପରି ଘଟିଲା ତାହା ଜଣାପଡିନାହିଁ। ଘଟଣା ସ୍ଥଳରେ ନବରଙ୍ଗପୁର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe