ଦୁଇଟି ଦୁର୍ଘଟଣାରେ ୨ ମୃୃତ

Advertisment
ପୋଲରୁ ୧୫ଫୁଟ ତଳକୁ ଗାଡ଼ି ଖସିଲା; ୨ ଶିଶୁ, ଜଣେ ମହିଳା ଗୁରୁତର, ୭ ଆହତ

ଧର୍ମଶାଳା: ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ହୋଇଥିବା ଦୁଇଟି ଦୁର୍ଘଟଣାରେ ୨ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତକଦ୍ବୟ ହେଲେ କୁମାରୀ ପଞ୍ଚାୟତ ଜାମୁବଣିଆ ଗାଁରେ ରହୁଥିବା ପାଟପୁର ପଞ୍ଚାୟତ ଚତରପଦା ଗ୍ରାମର ପୁରସ୍ତମ ଦାସ(୭୨) ଓ କୋଲକାତାରେ ରହୁଥିବା ଉତ୍ତରପ୍ରଦେଶର ତରୁଣ କୁମାର ଦୁବେ(୩୪)। ଆଜି ଅପରାହ୍ଣରେ ରଥିଆ ଛକ ନିକଟରେ ରାସ୍ତା ପାର ହେଉଥିବା ଅଶୋକ ଲିଲାଣ୍ତ କମ୍ପାନି କର୍ମଚାରୀ ପୁରସ୍ତମଙ୍କୁ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ଗତକାଲି ବିଳମ୍ବିତ ରାତିରେ ପୁରୀରୁ ଫେରୁଥିବା ଏକ ତୀର୍ଥଯାତ୍ରୀ ବସ୍‌ ନେଉଳପୁର ଛକରେ ଅଟକିଥିଲା। ଏହି ବସ୍‌ରେ ଆସିଥିବା ତରୁଣ ନିକଟରେ ଥିବା ଏକ ହୋଟେଲ୍‌କୁ ଖାଇବାକୁ ଯାଉଥିବା ବେଳେ ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇ ଫେରାର ହୋଇ ଯାଇଥିଲା। ଫଳରେ ତରୁଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ପୁଲିସ୍‌ ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବଡ଼ଚଣା ଡାକ୍ତରଖାନାକୁ ପଠାଇଛି। ଏନେଇ ୨ଟି ମାମଲା ରୁଜୁ କରି ପୁଲିସ୍‌ ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe