ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ବଳପୂର୍ବକ ଗଣଦୁଷ୍କର୍ମ ପରେ ଗଳାକାଟି ହତ୍ୟା ଉଦ୍ୟମ ଘଟଣା: ଦୁଇ ଅଭିଯୁକ୍ତ ଗିରଫ

Advertisment
ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ବଳପୂର୍ବକ ଗଣଦୁଷ୍କର୍ମ ପରେ ଗଳାକାଟି ହତ୍ୟା ଉଦ୍ୟମ ଘଟଣା: ଦୁଇ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର/ଗୋଳନ୍ଥରା: ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ଥାନାର ସୋରଳ ଗାଁରେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ବଳପୂର୍ବକ ଉଠାଇ ନେଇ ଗଣଦୁଷ୍କର୍ମ ପରେ ଗଳାକାଟି ହତ୍ୟା ଉଦ୍ୟମ ଘଟଣାରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏନେଇ ବ୍ରହ୍ମପୁରର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି। ଜଣେ ସାତ ବର୍ଷର ନାବାଳିକା ସହ ଗଣଦୁଷ୍କର୍ମକୁ ବିରୋଧ କରିବାରୁ ନିର୍ମମଭାବେ ପିଟିଥିଲେ। ଦୁଇ ଅଭିଯୁକ୍ତ ଇଟାରେ ପୀଡ଼ିତାଙ୍କର ମୁଣ୍ଡ, ମୁହଁ, ଓ କାନକୁ ଭଙ୍ଗା ଇଟାଖଣ୍ଡରେ ପିଟିଥିଲେ। ଏହାଫଳରେ ପୀଡ଼ିତା ଗୁରୁତର ହୋଇଥିବା ବ୍ରହ୍ମପୁରର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ କହିଛନ୍ତି।

ଏହି କାଣ୍ଡରେ ବ୍ୟବହାର କରାଯାଇଥିବା ରକ୍ତଲଗା ଭଙ୍ଗା ଇଟାଖଣ୍ଡ ଜବତ ହୋଇଛି। ପୁଲିସ୍ ଉଭୟଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି। ଏହାଛଡ଼ା ଉଭୟଙ୍କ ବିରୁଦ୍ଧରେ ପୋକ୍ସୋ ଧାରା ବ୍ୟତୀତ ଆଇପିସିର ଏସ୍ ୩୬୫/୩୬୬, ୩୭୬ ଡିବି, ୩୦୭ ଏବଂ ୩୪୧ ଧାରାରେ ମାମଲା ରୁଜୁ କରାଯାଇଛି। ଏଣେ ଗୁରୁତର ନାବାଳିକା କଟକ ବଡ଼ ଡାକ୍ତରଖାନାରେ ଚକିତ୍ସାଧୀନ ଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଗୁରୁବାର ସକାଳ ୯ଟାରେ ସଂପୃକ୍ତ ଛାତ୍ରୀଙ୍କୁ ତାଙ୍କ ବଡ଼ମା’ଙ୍କ ଘରେ ଛାଡ଼ି ଦେଇ ବାପାମାଆ ସଂପର୍କୀୟଙ୍କ ଘରକୁ ଯାଇଥିଲେ। ଛାତ୍ରୀଜଣକ ବାହାରେ ଖେଳୁଥିବା ସମୟରେ ହଠାତ୍ ନିଖୋଜ ହୋଇଯାଇଥିଲା। କିଛି ସମୟ ପରେ ସାହିର ଶେଷମୁଣ୍ଡରେ ଛାତ୍ରୀଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ମୁହଁ ଓ ପାଟିରୁ ପ୍ରବଳ ରକ୍ତ ବୋହୁଥିବାବେଳେ ବେକକୁ କୌଣସି ଧାରୁଆ ଅସ୍ତ୍ରରେ କଟା ଯାଇଥିବାରୁ ସେ ଛଟପଟ ହେଉଥିଲେ। ପାରିପାର୍ଶ୍ବିକ ସ୍ଥିତିରୁ ଏହାକୁ ଦୁଷ୍କର୍ମ ବୋଲି ଗ୍ରାମବାସୀ ଅନୁମାନ କରିଥିଲେ।
ଏହି ସମୟରେ ଗ୍ରାମର ଦୁଇ ଯୁବକ ଋତୁ ବେହେରା ଓ ହେମନ୍ତ ବେହେରା ପ୍ରଚୁର ମଦ ପିଇ ବଡ଼ ସାହିରେ ଏକ ଘରେ ଥିଲେ। ଲୋକେ ଉଭୟଙ୍କୁ କାବୁ କରିବା ବେଳେ ସେଠାରେ ରକ୍ତ ପଡ଼ିଥିଲା। ଏହି ନାରକୀୟ କାଣ୍ଡ ଘଟାଇଥିବା ସନ୍ଦେହ କରି ଉଭୟଙ୍କୁ ନିସ୍ତୁକ ମାଡ଼ ମାରି ଗୋଳନ୍ଥରା ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ପହଞ୍ଚି ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଥିଲା। ଏହାସହ ଦୁଇ ସନ୍ଦିଗ୍ଧଙ୍କୁ ମଧ୍ୟ ଡାକ୍ତରଖାନାକୁ ଅଣାଯାଇ ଚିକିତ୍ସା କରାଯାଇଥିଲା। ତେବେ ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ଥିବା ସହ ପ୍ରଚୁର ରକ୍ତସ୍ରାବ ହେଉଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ପଠାଇଦିଆଯାଇଥିଲା। ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ତାଙ୍କ ପରିବାରବର୍ଗ ଅଭିଯୋଗ ଆଣିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe