image source-Sabrang India
ବାଲେଶ୍ଵର : ଷ୍ଟେସନ ସ୍ଥିତ ହୋଟେଲ ଶ୍ରୀହରି ଇନ କାଚ ଭାଙ୍ଗିବା ଘଟଣାର ୩ ମାସ ପରେ ସହଦେବଖୁଣ୍ଟା ଥାନା ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଭାସ୍କରଗଞ୍ଜ ଅଞ୍ଚଳର ହରିଆ ଜେନା(୩୧) ଓ ସୋମନାଥ ପୁର ହଲଦୀପଦା ଅଞ୍ଚଳର ପ୍ରଦୀପ ବେହେରା(୨୮)।
ସୂଚନା ମୁତାବକ, କୌଣସି କାରଣକୁ ନେଇ ଗତ ଅଗଷ୍ଟ ୩ ତାରିଖ ରାତିରେ ହୋଟେଲର ହରିଆ ଓ ପ୍ରଦୀପର କର୍ମଚାରୀଙ୍କ ସହ ପାଟିତୁଣ୍ଡ ହୋଇଥିଲା। ଉଭୟ ଉତ୍ୟକ୍ତ ହୋଇ ସେଠାରୁ ଚାଲିଆସିଥିଲେ। ବାହାରକୁ ଆସି ହୋଟେଲ କାଚକୁ ଟେକା ଫୋପାଡ଼ି ଭାଙ୍ଗିଥିଲେ। ଏନେଇ ହୋଟେଲ ମାଲିକ ବିଶ୍ୱଜିତ ପରମାଣିକ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
Follow Us