ହାତକଡ଼ି ସହ ଚମ୍ପଟ ମାରିଲେ ୨ ଅଭିଯୁକ୍ତ

ପୁଲିସ ହେପାଜତରୁ ଚମ୍ପଟ ମାରିଲା ଦୁଷ୍କର୍ମ ଅଭିଯୁକ୍ତ

Times of India

ପୁରୀ : ଗତକାଲି ରାତିରେ ପେଣ୍ଠକଟାରେ ଦୁଇ ଜଣ ଦୁର୍ବୃତ୍ତ ପୁଲିସ ହେପାଜତରୁ ହାତକଡ଼ି ସହ ଚମ୍ପଟ ମାରିଛନ୍ତି। ଗତକାଲି ରାତିରେ ପୁଲିସ ଏହି ଦୁଇ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ରାତି ତମାମ ଖୋଜାଖୋଜି କରି ବିଫଳ ହୋଇଛି। ଏହି ଘଟଣାକୁ ନେଇ ପେଣ୍ଠକଟା ବେହେରାସାହିର ଦୁଇ ଅଭିଯୁକ୍ତଙ୍କ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପୁଲିସ ନେଇଥିବା ଦୁଇ ପୁଅଙ୍କୁ ଫେରାଇ ଦେଉ ବୋଲି ଦାବି କରିଛନ୍ତି।

ଖବର ନେବାରେ ଜଣାପଡ଼ିଛି ଯେ ପୁରୀ ପୁଲିସ ଦୁଇ ଜଣ ମୋବାଇଲ ଲୁଟେରାଙ୍କୁ ଧରିଥିଲା। ସେମାନେ ପୁଲିସ ଜିମାରେ ଛଅଟି ମୋବାଇଲ ଦେଇଥିଲେ। ତେବେ ଆହୁରି ତିନିଟି ମୋବାଇଲ ପେଣ୍ଠକଟା ଅଞ୍ଚଳରେ ଲୁଚାଇ ରଖିଥିବା କହିଥିଲେ। ଗତକାଲି ରାତିରେ ଦୁଇ ଜଣ ସବ୍‌ଇନ୍‌ସ୍ପେକ୍ଟର, ହାବିଲଦାର ଓ ଜଣେ ଗୃହରକ୍ଷୀ ଏହି ଦୁଇ ଅଭିଯୁକ୍ତଙ୍କୁ ନେଇ ପେଣ୍ଠକଟାକୁ ଯାଇଥିଲେ। ତେବେ ଦୁହିଁଙ୍କ ହାତକୁ ଗୋଟିଏ ହ୍ୟାଣ୍ଡକପ୍‌ରେ ପୁଲିସ ବାନ୍ଧିଥିଲା। ମାତ୍ର ଏହି ଚାରି ଜଣ ପୁଲିସଙ୍କ ଅସାବଧାନତା ଯୋଗୁ ଦୁଇ ଅଭିଯୁକ୍ତ ସେଠାରୁ ଚମ୍ପଟ ମାରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe