ଷ୍ଟ୍ରେଚର୍‌ରେ ଅଢ଼େଇ ଘଣ୍ଟା ଚିକିତ୍ସା: ଗୁରୁତର ରୋଗୀଙ୍କୁ ମିଳୁନି ଶଯ୍ୟା, କୋରାପୁଟ ବଡ଼ ଡାକ୍ତରଖାନାରେ ଚରମ ଅବ୍ୟବସ୍ଥା

Advertisment

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପାଇଁ କୋରାପୁଟ ସହିଦ୍‌ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍‌ପିଟାଲ ବରଦାନ ସଦୃଶ। କିନ୍ତୁ ବଡ଼ ଡାକ୍ତରଖାନା ପ୍ରତିଷ୍ଠା ହେବାର ୭ବର୍ଷ ପରେ ବି ରୋଗୀଙ୍କୁ ସର୍ବନିମ୍ନ ସେବା ମିଳିପାରୁନି।

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପାଇଁ କୋରାପୁଟ ସହିଦ୍‌ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍‌ପିଟାଲ ବରଦାନ ସଦୃଶ। କିନ୍ତୁ ବଡ଼ ଡାକ୍ତରଖାନା ପ୍ରତିଷ୍ଠା ହେବାର ୭ବର୍ଷ ପରେ ବି ରୋଗୀଙ୍କୁ ସର୍ବନିମ୍ନ ସେବା ମିଳିପାରୁନି।

sscccs

Photograph: ( The New Indian Express)

କୋରାପୁଟ: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପାଇଁ କୋରାପୁଟ ସହିଦ୍‌ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍‌ପିଟାଲ ବରଦାନ ସଦୃଶ। କିନ୍ତୁ ବଡ଼ ଡାକ୍ତରଖାନା ପ୍ରତିଷ୍ଠା ହେବାର ୭ବର୍ଷ ପରେ ବି ରୋଗୀଙ୍କୁ ସର୍ବନିମ୍ନ ସେବା ମିଳିପାରୁନି। ଗୁରୁତର ରୋଗୀ ଏଠାରୁ ରେଫର୍‌ ହେଉଛନ୍ତି କିମ୍ବା ଅବ୍ୟବସ୍ଥା ମଧ୍ୟରେ ଚିକିତ୍ସିତ ହେଉଛନ୍ତି। ଯାହାର ଗୋଟିଏ ଉଦାହରଣ ଆଜି ଦେଖିବାକୁ ମିଳିଛି। ଅଢ଼େଇ ଘଣ୍ଟା ଧରି ରୋଗୀଙ୍କୁ ଶଯ୍ୟା ମିଳିଲାନି। ତେଣୁ ଷ୍ଟ୍ରେଚର୍‌ରେ ଘଣ୍ଟା ଘଣ୍ଟା ଧରି ଚିକିତ୍ସିତ ହେଲେ। ରୋଗୀଙ୍କ ସଂପର୍କୀୟ ପାଟିତୁଣ୍ଡ କରିବାରୁ ବହୁ କଷ୍ଟରେ ଶଯ୍ୟା ମିଳିଥିଲା।

ପଟାଙ୍ଗି ନିକଟସ୍ଥ ମାଳିପୁଟ ଗାଁର ଅମୀୟ କୁମାର ତ୍ରିପାଠୀ (୫୯ବର୍ଷ) ମସ୍ତିଷ୍କ ଆଘାତ ଯୋଗୁଁ ଗୁରୁତର ଅବସ୍ଥାରେ ଆଜି ସକାଳ ୧୦ଟାରେ କୋରାପୁଟ ବଡ଼ ଡାକ୍ତରଖାନାକୁ ଆସିଥିଲେ। ପଞ୍ଜୀକରଣ ପରେ ଡାକ୍ତରଙ୍କୁ ଖୋଜିଥିଲେ ସଂପର୍କୀୟ। ଅଧଘଣ୍ଟା ପରେ ଡାକ୍ତରଙ୍କୁ ଦେଖାଇଥିଲେ। ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା ଆରମ୍ଭ କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ତେଣୁ ସଂପର୍କୀୟ ଭେଷଜ ୱାର୍ଡକୁ ନେଇଥିଲେ। ତେବେ ସେଠାରେ ପହଞ୍ଚିବା ବେଳକୁ ଶଯ୍ୟା ନଥିବା କହିଥିଲେ କର୍ମଚାରୀ। ଷ୍ଟ୍ରେଚର୍‌ରେ ଚିକିତ୍ସା ଆରମ୍ଭ କରିବାକୁ କର୍ମଚାରୀ କହିଥିଲେ। କିନ୍ତୁ ଭେଷଜ ୱାର୍ଡରେ ଅନେକ ଶଯ୍ୟା ଖାଲିଥିଲେ ସୁଦ୍ଧା କର୍ମଚାରୀଙ୍କ ଏଭଳି ଉତ୍ତର ସଂପର୍କୀୟଙ୍କୁ ମର୍ମାହତ କରିଥିଲା। ଖାଲି ଶଯ୍ୟା ବିଷୟରେ ପଚାରିବାରୁ କେବଳ ବୁଧବାର ଏବଂ ଶୁକ୍ରବାର ଦିନ ଏହି ଶଯ୍ୟାରେ ରୋଗୀ ଚିକିତ୍ସିତ ହେଉଥିବା କୁହାଗଲା। ଏମିତି ପରିସ୍ଥିତିରେ ଅମୀୟଙ୍କ ସଂପର୍କୀୟ କିଛି ସମୟ ଧରି ଆମ୍ବୁଲାନ୍ସରେ ରଖି ଚିକିତ୍ସା କଲେ। ପରବର୍ତ୍ତୀ ସମୟରେ ଷ୍ଟ୍ରେଚର୍‌ରେ ଚିକିତ୍ସା କରାଇଥିଲେ। ପ୍ରାୟ ଅଢ଼େଇ ଘଣ୍ଟା ଧରି ଜଣେ ଗୁରୁତର ରୋଗୀଙ୍କ ଚିକିତ୍ସା ଚାଲିଥିଲା।

adaddad

ବଡ଼ ଡାକ୍ତରଖାନାରେ ଏଭଳି ସାଂଘାତିକ ଅବ୍ୟବସ୍ଥା ଦେଖିବା ପରେ ଅମୀୟଙ୍କ ସଂପର୍କୀୟଙ୍କ ଧୈର୍ଯ୍ୟର ସୀମା ଭାଙ୍ଗି ଯାଇଥିଲା। ରୋଗୀଙ୍କ ଜୀବନ ସହ ଖେଳ ଚାଲିଥିବା ଅଭିଯୋଗ ଆଣି ପ୍ରବଳ ପାଟିତୁଣ୍ଡ କରିଥିଲେ। ଶେଷରେ ଗୋଟିଏ ଶଯ୍ୟା ବ୍ୟବସ୍ଥା କରିଥିଲେ କର୍ମଚାରୀ। କେବଳ ଅମୀୟ ନୁହନ୍ତି, ତାଙ୍କ ଭଳି ଅନେକ ରୋଗୀ ଆଜି ଶଯ୍ୟା ଅଭାବରୁ ଚଟାଣରେ ଶୋଇ ଚିକିତ୍ସିତ ହେଉଥିଲେ। ଏ ନେଇ ମେଡିକାଲ କଲେଜ ଅଧୀକ୍ଷକ ତଥା ଡିନ୍‌ ଡାକ୍ତର ସୁଶାନ୍ତ କୁମାର ସାହୁଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ, ରୋଗୀଙ୍କୁ ପୃଥକୀକରଣ କରି ଶୀଘ୍ର ସୁସ୍ଥ କରିବା ନିମନ୍ତେ ଭିନ୍ନ ଭିନ୍ନ ୟୁନିଟ୍ କରାଯାଇଛି। ୟୁନିଟ୍ ୱାରି ରୋଗୀଙ୍କୁ ଚିକିତ୍ସା କରାଯାଉଛି। ତେଣୁ ଶଯ୍ୟା ଦେବାରେ ବିଳମ୍ବ ହୋଇଛି ବୋଲି ସେ ସଫେଇ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe