ବର୍ଷାରେ ବୁଡ଼ିଛି ୧୨ ଜିଲ୍ଲାର ଅଢେଇ ଲକ୍ଷ ହେକ୍ଟର ଚାଷଜମି: ସ୍ବଳ୍ପ ବର୍ଷାରେ ୧୯ ଜିଲ୍ଲାର ୭୮ ହଜାର ହେକ୍ଟର ଧାନରୁଆ ପ୍ରଭାବିତ

Advertisment
ସମବାୟ ସଚିବଙ୍କ ପତ୍ର: ୩୧ ଅଗଷ୍ଟ ସୁଦ୍ଧା ଚାଷୀଙ୍କୁ ବକେୟା ନଦେଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ଅଧିକ ବର୍ଷା ଏବଂ ନିଅଣ୍ଟିଆ ଉଭୟ ସମସ୍ୟା ନେଇ କ୍ଷତିଗ୍ରସ୍ତ ହୋଇଛନ୍ତି ଚାଷୀ। ସରକାରୀ ରିପୋର୍ଟ ଅନୁସାରେ, ରାଜ୍ୟର ୧୨ଟି ଜିଲ୍ଲାର ୨.୫୦ ଲକ୍ଷ ହେକ୍ଟର ଧାନ ଜମି ବର୍ଷା ପାଣି ବୁଡ଼ିଛି। ଅନ୍ୟପକ୍ଷରେ ନିଅଣ୍ଟିଆ ବର୍ଷା ଯୋଗୁଁ ୧୯ ଜିଲ୍ଲାର ୭୮ ହଜାର ୭୪୮ ହେକ୍ଟର ଜମିରେ ଧାନରୁଆ ପ୍ରଭାବିତ ହୋଇଛି। ତେବେ ସମସ୍ତ କ୍ଷୟକ୍ଷତିକୁ ନେଇ ୨୨ ତାରିଖ ସୁଦ୍ଧା ବିସ୍ତୃତ ରିପୋର୍ଟ ଦାଖଲ ପାଇଁ ଏସ୍‌ଆର୍‌ସି ନିର୍ଦେଶ ଦେଇଛନ୍ତି। ଏହାପରେ ଇନପୁଟ୍‌ ସବ୍‌ସିଡି କିମ୍ବା ବୀମା ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ନେଇ ନିଷ୍ପତ୍ତି ହେବାର ସମ୍ଭାବନା ରହିଛି।

ସୂଚନା ଅନୁଯାୟୀ, ମାତ୍ରାଧିକ ବର୍ଷା ଯୋଗୁଁ ରାଜ୍ୟର ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ପୁରୀ, ଖୋର୍ଧା, ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, ଢେଙ୍କାନାଳ, ନୟାଗଡ଼, ବଲାଙ୍ଗୀର, ଯାଜପୁରର ୨.୪୦ ଲକ୍ଷ ହେକ୍ଟର ଜମିରେ ଧାନ, ୧୦ ହଜାର ହେକ୍ଟର ଜମିରେ ଅଣଧାନ ଯଥା ଡାଲି, ଚଣା, ପରିବା ପାଣିରେ ବୁଡ଼ି ରହିଛି। ଏଥିରୁ ମୟୂରଭଞ୍ଜର ୩୩ ହେକ୍ଟର ଡାଲି ଏବଂ ପରିବା ନଷ୍ଟ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷ‌ରେ ଅଗଷ୍ଟ ମାସରେ ଆବଶ୍ୟକ ବର୍ଷା ହୋଇନଥିବାରୁ ବିଭିନ୍ନ ସ୍ଥାନରେ ଆର୍ଦ୍ରତା ପ୍ରଭାବିତ ହୋଇଥିଲା। ଧାନ ଚାଷର ଅଭିବୃଦ୍ଧି ବାଧାପ୍ରାପ୍ତ ହୋଇଥିଲା। ସେପ୍ଟେମ୍ବରର ବର୍ଷା ପରେ ସେହିଭଳି ସ୍ଥିତି ନାହିଁ। ତେବେ ଅଭିବୃଦ୍ଧି ପୂର୍ବରୁ ପ୍ରଭାବିତ ଥିବାରୁ ବିଶେଷ ସୁଧାର ହୋଇ ପାରି ନାହିଁ। ତେଣୁ ଘାସ ବାଛିବା, ଅଧିକ ସାର ବ୍ୟବହାର ପାଇଁ କୁହାଯାଇଛି। ବର୍ଷା ଯୋଗୁଁ ବଲାଙ୍ଗୀର, କଳାହାଣ୍ଡି ଏବଂ ଢେଙ୍କାନାଳର ୬୦୦୦ ହେକ୍ଟର ଧାନ ରୋପଣରେ ଉନ୍ନତି ହୋଇଛି। ସୂଚନା ଅନୁଯାୟୀ,ଚଳିତ ବର୍ଷ ୩୫ ଲକ୍ଷ ହେକ୍ଟରରେ ଧାନ, ୮ ଲକ୍ଷ ୩୫ ହଜାର ହେକ୍ଟରରେ ଡାଲି ଜାତୀୟ, ୩ ଲକ୍ଷ ୮୨ ହଜାରରେ ତୈଳବୀଜ, ୫ ଲକ୍ଷ ୮୭ ହଜାର ହେକ୍ଟରରେ ପରିବା ସମେତ ସମୁଦାୟ ୬୧ ଲକ୍ଷ ୯୬ ହଜାର ହେକ୍ଟରରେ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। କୃଷି ବିଶେଷଜ୍ଞଙ୍କ ଅନୁସାରେ, ବର୍ଷା ଯୋଗୁଁ ଡାଲି ଜାତୀୟ ଫସଲ ୩୧ ପ୍ରତିଶତ, ତୈଳବୀଜ ୪୭ ପ୍ରତିଶତ ପ୍ରଭାବିତ ହେବା ନେଇ ଆଶଙ୍କା ରହିଛି। ତେବେ ପ୍ରକୃତରେ ଏହା କେତେ ପ୍ରଭାବିତ ହୋଇଛି ଏସ୍‌ଆର୍‌ସିଙ୍କ ବିସ୍ତୃତ ରିପୋର୍ଟ ଆସିବା ପରେ ଯାଇ ସ୍ପଷ୍ଟ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe