ବିବାଦୀୟ ଭାଇରାଲ ଅଡିଓ ମାମଲାରେ ଦୁଇ ଗିରଫ, କମିସନରେଟ୍‌ ପୁଲିସ ପକ୍ଷରୁ ତଦନ୍ତ ଜାରି

ଅତିରିକ୍ତ ତହସିଲଦାରଙ୍କ ଗାଡ଼ିକୁ ପିଛା କରି ଯୁବକ ଅଟକ

image source-nayalook.com

ଭୁବନେଶ୍ୱର : କୋଭିଡ୍ ହସ୍ପିଟାଲ୍ ସମ୍ପର୍କରେ ଫୋନ୍‌ରେ କଥା ହେଉଥିବା ଦୁଇ ବନ୍ଧୁଙ୍କ ଅଡିଓ ଭାଇରାଲ ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଥିବା ନେଇ କମିସନରେଟ୍‌ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦୁଇଜଣ ହେଲେ ବିଶ୍ବଜିତ ମହାନ୍ତି ଓ ଲକ୍ଷ୍ମୀକାନ୍ତ ବେହେରା।

ପୂର୍ବରୁ ଏହି କଥୋପକଥନକୁ ପ୍ରସାରଣ କରି ଏକ ବୈଦ୍ୟୁତିକ ଗଣମାଧ୍ୟମ ସଂସ୍ଥା ବିରୋଧରେ କ୍ୟାପିଟାଲ ଥାନାରେ ମାମଲା ହୋଇଥିବା ବେଳେ ଏହି ମାମଲା ସହ ପୁଲିସ ୨ ଜଣଙ୍କୁ ଉଠାଇନେଇଥିଲା। ଉଭୟଙ୍କୁ ପଚରାଉଚରା ଚାଲିଥିଲା। କାହା ପ୍ରରୋଚନାରେ ପଡ଼ି ଏଭଳି ଯୋଜନାବଦ୍ଧ ଭାବରେ ଅଡିଓ ଭାଇରାଲ କରାଇଥିଲେ ନା ଏହା ପଛରେ ଆଉ କ’ଣ ଷଡ଼ଯନ୍ତ୍ର ରହିଛି, ତାହାର ଖୋଳତାଡ଼ ହେଉଛି। ଏହି ଅଡିଓକୁ ଯେଉଁମାନେ ବିଭିନ୍ନ ହ୍ବାଟ୍‌ସ୍‌ ଆପ୍‌ ଗ୍ରୁପ୍‌ରେ ଭାଇରାଲ କରାଇଥିଲେ, ସେହି ଗ୍ରୁପ୍‌ର ଆଡ୍‌ମିନ୍‌ ମଧ୍ୟ ପୁଲିସ ସ୍କାନରକୁ ଆସିଛନ୍ତି। ଘଟଣା ଜଣାପଡ଼ିବା ପରେ ବିଭିନ୍ନ ଗ୍ରୁପ୍‌ରୁ ଏହି ଅଡିଓକୁ ଆଡ୍‌ମିନ୍‌ ଡିଲିଟ୍‌ କରୁଥିବା ଦେଖାଯାଇଛି।

ସୂଚନାଯୋଗ୍ୟ, ଅଗଷ୍ଟ ୬ ତାରିଖରେ ଏକ ବୈଦ୍ୟୁତିକ ଗଣମାଧ୍ୟମ ଏହି ଅଟକ ଦୁଇଜଣ ଫୋନ୍‌ରେ ହେଉଥିବା ବାର୍ତ୍ତାଳାପର ରେକର୍ଡିଂ ପ୍ରସାରଣ କରିଥିଲା। ଅଡିଓ କ୍ଲିପ୍‌ରେ ଏହି ଦୁଇଜଣ ପଜିଟିଭ୍ ରିପୋର୍ଟ ନ ଆସି ମଧ୍ୟ ଲୋକଙ୍କୁ କରୋନା ରୋଗୀ କହି ବିଭିନ୍ନ ହସ୍‌ପିଟାଲକୁ ପଠାଯାଉଛି ବୋଲି କଥା ହୋଇଥିଲେ। ରୋଗୀ ପିଛା କେନ୍ଦ୍ର ଦେଢ଼ ଲକ୍ଷରୁ ଅଢ଼େଇ ଲକ୍ଷ ଟଙ୍କା ଚିକିତ୍ସା ଖର୍ଚ୍ଚ ଆସୁଛି, ସେଥିପାଇଁ ଦିନକୁ ଶହେ ରୋଗୀଙ୍କୁ ଏ ସବୁ ହସ୍‌ପିଟାଲ୍‌କୁ ପଠାଇବାକୁ ବିଏମ୍‌ସିର ଟାର୍ଗେଟ୍ ଅଛି ବୋଲି ସେମାନେ କହୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe