କପିଳାସ ଅଭୟାରଣ୍ୟରୁ ଦୁଇ ଶିକାରୀ ଗିରଫ, ବନ୍ଧୁକ ଓ ତୀର ଜବତ

Advertisment
କପିଳାସ ଅଭୟାରଣ୍ୟରୁ ଦୁଇ ଶିକାରୀ ଗିରଫ, ବନ୍ଧୁକ ଓ ତୀର ଜବତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର କପିଳାସ ଅଭୟାରଣ୍ୟରୁ ଦୁଇ ଶିକାରୀ ଗିରଫ ହୋଇଥିବାର ଖବର ମିଳିଛି। ଉଭୟଙ୍କଠାରୁ ବନ୍ଧୁକ ଓ ତୀର ମଧ୍ୟ ଜବତ କରାଯାଇଛି। କୌଣସି ସୂତ୍ରରୁ ଖବର ପାଇ ଡିଏଫଓ ପ୍ରକାଶ ଚାନ୍ଦ ଗୋଗିନେନିଙ୍କ ନିର୍ଦେଶ କ୍ରମେ କପିଳାସ ରେଞ୍ଜର୍ ଗୌତମ ପ୍ରଧାନଙ୍କ ନେତୃତ୍ୱରେ ରାତି ସାଢେ ଗୋଟାଏରେ ଚଢଉ କରାଯାଇଥିଲା।

ଜିଲ୍ଲା ବନଖଣ୍ଡ ଅଧୀନସ୍ଥ କପିଳାସ  ଜଙ୍ଗଲର ବାର ନମ୍ବର କ୍ୟାମ୍ପ ପାଖରୁ ଶିକାର ପାଇଁ ଜଗିଥିବା ବେଳେ ଗନ୍ଦିଆ ଥାନା ରମେଇଖମାର ଗ୍ରାମର ଟୁନା କାରୁଆ (୧୯) ଓ ଟୁଇନ କୋଣ୍ଡାଲକେନ(୨୦)ଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ଏକ ଗୁଳି ଭର୍ତ୍ତି ହାତ ତିଆରି ବନ୍ଧୁକ ଓ ଆଠଟି ତୀର ଜବତ କରାଯାଇଥିଲା। ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରାଯିବ ବୋଲି ରେଞ୍ଜ ଅଧିକାରୀ ଗୌତମ ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe