ଦାଦାବଟି ମାଗି ଦୁଇ ଗିରଫ

ପ୍ରତାରଣା ଅଭିଯୋଗରେ ଯୁବକ ଗିରଫ

adaderana.lk

ପୁରୀ : ପୁରୀ ବ୍ରହ୍ମଗିରି ରାସ୍ତା ମଶାଣୀଚଣ୍ଡୀ ଛକରେ ଛୁରି ଦେଖାଇ ଦାଦାବଟି ମାଗି ଆତଙ୍କରାଜ ସୃଷ୍ଟି କରୁଥିବା ଦୁଇ ଜଣ ଦୁର୍ବୃତ୍ତଙ୍କୁ ବାସେଳିସାହି ଥାନା ପୁଲିସ ଗିରଫ କରିଛି। ଏ ସଂକ୍ରାନ୍ତରେ ୧୫୬/୨୨ ନମ୍ବରରେ ଏକ ମାମଲା ରୁଜୁ କରି ପୁଲିସ ଦୁଇ ଜଣଙ୍କୁ କୋର୍ଟଚାଲାଣ କରିଛି। ସେମାନଙ୍କ ନିକଟରୁ ପୁଲିସ ଗୋଟିଏ ଛୁରି, ଓଡି-୧୩-ଜେ-୨୦୧୨ ନମ୍ବର ବିଶିଷ୍ଟ ପଲସର ଗାଡ଼ି ଏବଂ ୨୧ଶହ ଟଙ୍କା ଜବତ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଟାଉନ ଥାନା ଅନ୍ତର୍ଗତ ଦଇତାପଡ଼ାସାହିର ଦେବଦର୍ଶୀ ପୃଷ୍ଟି(୨୭) ଓ ବାସେଳିସାହି ଥାନା ଅନ୍ତର୍ଗତ ମା‌ର୍କଣ୍ଡେଶ୍ବରସାହି ମିଶ୍ର ନୋଳିଆସାହିର ତ୍ରିପତି ବେହେରା(୨୮) ଗତକାଲି ମଶାଣୀଚଣ୍ଡି ଛକରେ ଟୁରିଷ୍ଟ ବସ୍‌କୁ ଅଟକାଇ ଦାଦାବଟି ମାଗୁଥିଲେ। ଏହି ଖବର ପାଇ ବାସେଳିସାହି ଥାନା ପୁଲିସ ସେଠାରେ ପହଞ୍ଚି ଏହି ଦୁଇ ଜଣଙ୍କୁ ଧରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe