କାର୍ଯ୍ୟରତ ମହିଳା ସାମ୍ବାଦିକ ଓ କ୍ୟାମେରାମ୍ୟାନଙ୍କୁ ଆକ୍ରମଣ ଘଟଣାରେ ଏସପ୍ଲାନେଡ୍ ମଲର ଦୁଇ ସୁରକ୍ଷାକର୍ମୀ ଗିରଫ

Advertisment
ଏସ୍‌ପ୍ଲାନେଡ୍‌ର ଦାଦାଗିରି : ପାର୍କିଂ ଫି ଆଦ‌ାୟ ସଂକ୍ରାନ୍ତ ଖବର ସଂଗ୍ରହ କରିବାରୁ ସାମ୍ବାଦିକାଙ୍କୁ ଆକ୍ରମଣ

justdial.com

ଭୁବନେଶ୍ୱର : ଭୁବନେଶ୍ୱରରେ କାର୍ଯ୍ୟରତ ମହିଳା ସାମ୍ବାଦିକ ଓ କ୍ୟାମେରାମ୍ୟାନଙ୍କୁ ଆକ୍ରମଣ ଘଟଣାରେ ଏସପ୍ଲାନେଡ୍ ମଲର ଦୁଇଜଣ ସୁରକ୍ଷାକର୍ମୀଙ୍କୁ ପୁଲିସ ଆଜି ଗିରଫ କରିଛି । ଏମାନେ ହେଲେ ପଙ୍କଜ ସାହୁ ଓ ମହନ୍ତ ବିଶ୍ୱାଳ । ଏହି ଦୁଇଜଣ ମୁଖ୍ୟ ଅଭିଯୁକ୍ତ ବୋଲି ପୁଲିସ କହିଛି। ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ ଦାବିରେ ମଲ୍ ସମ୍ମୁଖରେ ସାମ୍ବାଦିକମାନେ ଧାରଣା ଦେଇଛନ୍ତି ।

Image result for dcp bhubaneswar Image Source-Localwire

ଧାରଣାସ୍ଥଳରେ ଡିସିପି ଅନୁପ କୁମାର ସାହୁ ପହଞ୍ଚି ଏହି ଘଟଣାକୁ ନିନ୍ଦା କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ସୂଚନାଯୋଗ୍ୟ,ଏସପ୍ଲାନେଡ୍ ମଲରେ ପାର୍କିଂ ଫି’ ଆଦାୟ ହେଉଥିବାରୁ ଏହି ଘଟଣାର ଖବର ସଂଗ୍ରହ ପାଇଁ ଯାଇଥିବା ଏକ ଘରୋଇ ୱେବ୍ ଚାନେଲର ମହିଳା ସାମ୍ବାଦିକ ଓ କ୍ୟାମେରାମ୍ୟାନଙ୍କୁ  କାର୍ଯ୍ୟରତ ସୁରକ୍ଷାକର୍ମୀ ଆକ୍ରମଣ କରିଥିବା ନେଇ ଗତକାଲି ଅଭିଯୋଗ ହୋଇଥିଲା। କେବଳ ଆକ୍ରମଣ ହୋଇନାହିଁ ବରଂ ଦୀର୍ଘ ସମୟ ଧରି ସୁରକ୍ଷାକର୍ମୀ ଉଭୟଙ୍କୁ ମଲ୍ ଭିତରେ ବନ୍ଦ କରି ରଖିଥିଲେ। ଏହି କାରଣରୁ ଦୀର୍ଘ ସମୟ ଧରି ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲେ।

ଉଲ୍ଲେଖଯୋଗ୍ୟ, ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ମଲ୍‌ଗୁଡ଼ିକରେ ପାର୍କିଂ ଫି ଆଦାୟ ଉପରେ କଟକଣା ଜାରି କରିଛି। ଏହା ସତ୍ତ୍ବେ ଏସ୍‌ପ୍ଲାନେଡ୍‌ ତିନିଦିନ ଧରି ପାର୍କିଂ ଫି ଆଦାୟ କରୁଛି। ଏନେଇ ‘ସମ୍ବାଦ‌’ରେ ଖବର ପ୍ରକାଶ ପାଇବା ପରେ ଏହାକୁ ନେଇ ତନାଘନା ହୋଇଥିଲା। କିନ୍ତୁ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ମଲ୍‌କୁ ଆସୁଥିବା ଗ୍ରାହକ ଶୋଷଣର ଶିକାର ହୋଇ ଆସୁଛନ୍ତି। ଏହି ଘଟଣାକୁ ନେଇ ସମ୍ପୃକ୍ତ ଚାନେଲ୍‌ ପକ୍ଷରୁ ଖବର ସଂଗ୍ରହ ବେଳେ ଏହି ଅଘଟଣ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe