ନୟାଗଡ଼: ନୟାଗଡ଼ରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଦୁଇ ବିଜେପି କର୍ମୀଙ୍କୁ ଗିରଫ କରାଯାଇଛି। ଏହି ଦୁଇଜଣ ହେଲେ ଦୀପକ କୁମାର ଦଳବେହେରା ଓ ଅନୀଲ କୁମାର ରାଉତ। ଏନେଇ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍ ପି ଏହି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ପରୀ ପାଇଁ ବିଜେପିର ନ୍ୟାୟ ପଦଯାତ୍ରୀ ଦଳ ଗତକାଲି ସନ୍ଧ୍ୟାରେ ଯଦୁପୁର ଗ୍ରାମରେ ପହଞ୍ଚିଥିଲେ। ଖବର ସଂଗ୍ରହ ପାଇଁ ସେଠାରେ ଗଣମାଧ୍ୟମ ପ୍ରତିନିଧିଙ୍କ ଭିଡ଼ ଲାଗିଥିଲା। ଏହି ସମୟରେ ବୈଦ୍ୟୁତିକ ଗଣମାଧ୍ୟମର ଭୁବନେଶ୍ୱରରୁ ଆସିଥିବା ପ୍ରତିନିଧି ଅନୁଜ କୁମାର ଦାସ ଓ କ୍ୟାମେରାମ୍ୟାନ୍ ବିଷ୍ଣୁପ୍ରସାଦ ତରାସିଆଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ଆସିଥିଲା। ଏନେଇ ଶ୍ରୀ ଦାସ ନୟାଗଡ଼ ସଦର ଥାନାରେ ଅଭିଯୋଗ କରିଥିଲେ।
ଆକ୍ରମଣକାରୀଙ୍କୁ ଗିରଫ ପ୍ରତିବାଦରେ ନୟାଗଡ଼ ଟ୍ରାଫିକ ଛକରେ ନୟାଗଡ଼ର ସାମ୍ବାଦିକ ଓ ସାଧାରଣ ଲୋକ ରାସ୍ତାରୋକ କରିଥିଲେ। ଖବର ପ୍ରସାରଣକୁ ନେଇ ଅସନ୍ତୋଷ ଥିବାରୁ ବିଜେପି କର୍ମୀମାନେ ତାଙ୍କୁ ଆକ୍ରମଣ କରିଥିବା ଅନୁଜ ଅଭିଯୋଗରେ ଦର୍ଶାଇଥିଲେ। ବାଲୁଗାଁର ଦୀପକ ଦଳବେହେରା, ନୟାଗଡ଼ ଟାଉନର ବାଦଲ ପ୍ରଧାନ, ଅନୁଜ ଓ କ୍ୟାମେରାମ୍ୟାନ୍ଙ୍କୁ ପ୍ରଥମେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ଆସିଥିଲା। ବୋଥ୍ରାର ଦଲାଲ, କେତେ ଟଙ୍କାର ବିକ୍ରି ହୋଇଛି ବୋଲି କଟାକ୍ଷ କରିଥିଲେ। ସରପଞ୍ଚ ସୌମ୍ୟ ଓ ଲାଲା ଭାଇଙ୍କୁ ଚିହ୍ନିନୁ ବୋଲି କହି ଧମକାଇଥିଲେ। ଏହି ଦୁଇ ଜଣ ଓ ସେମାନଙ୍କ ସହଯୋଗୀ ଆସି ତଣ୍ଟିଚିପି ଆମକୁ ଆକ୍ରମଣ କରିଥିବା ଅନୁଜ ଅଭିଯୋଗ କରିଥିଲେ।
ପରେ ଅନୁଜ ଓ କ୍ୟାମେରାମ୍ୟାନ୍ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ପହଞ୍ଚି ନିଜର ଚିକିତ୍ସା କରାଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us