ସଙ୍ଗରୋଧ କେନ୍ଦ୍ରରେ ବଢ଼ୁଛି ହିଂସା : ଆଶାକର୍ମୀଙ୍କୁ ମାଡ଼, ପରିବାରକୁ ହତ୍ୟା ଧମକ, ୨ ଗିରଫ

ସଙ୍ଗରୋଧ କେନ୍ଦ୍ରରେ ବଢ଼ୁଛି ହିଂସା : ଆଶାକର୍ମୀଙ୍କୁ ମାଡ଼, ପରିବାରକୁ ହତ୍ୟା ଧମକ, ୨ ଗିରଫ

Image Source--aajtak

ରଣପୁର : କୋଭିଡ୍-୧୯ ପାଇଁ କାର୍ଯ୍ୟରତ ଥିବା ଆଶାକର୍ମୀମାନଙ୍କୁ ଆକ୍ରମଣ ଏବେ ଏକ ନିତିଦିନିଆ ଘଟଣା ପାଲଟିଛି। ଗତ ମାସରେ ଦଶପଲ୍ଲା ଅଞ୍ଚଳରେ ଜଣେ ଆଶାକର୍ମୀଙ୍କୁ ଗରମ ପେଜ ଢାଳି ମରଣାନ୍ତକ ଆକ୍ରମଣ ଘଟଣା ଲୋକଙ୍କ ମନରୁ ଲିଭିନଥିବା ବେଳେ ରଣପୁର ଅଞ୍ଚଳରେ ଏହାର ପୁନରାବୃତ୍ତି ଘଟିଥିବା ଦେଖିବାକୁ ମିଳିଛି। ତେବେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍‌ ଅନ୍ତର୍ଗତ ବୃନ୍ଦାବନପୁର ପଞ୍ଚାୟତ ଅଧୀନ ବିନୋଦପଡ଼ା ଗାଁ’ରେ ଆଜି ଏହି ଗାଁ’ର ଜଣେ ଆଶାକର୍ମୀ ନଳିନୀ ପ୍ରଧାନ (୩୨)ଙ୍କୁ ମାଡ଼ ମାରିବା ସହ ପରିବାରକୁ ହତ୍ୟା ଧମକ ଅଭିଯୋଗରେ ୨ ଜଣ ଗିରଫ ହୋଇଥିବା ଜଣାଯାଇଛି।

ଅଭିଯୋଗ ମୁତାବକ ବିନୋଦପଡ଼ା ଗାଁ’ର କମଳାକାନ୍ତ ପାଣିଙ୍କ ପୁଅ ରାକେଶ କୁମାର ମିଶ୍ର (୨୫) ଭୁବନେଶ୍ବରରେ ରହୁଥିଲେ। ତେବେ ସେ ଗତ ସପ୍ତାହରେ ନିଜ ଗାଁ’କୁ ଫେରିଥିଲେ। ଖବର ପାଇ ଆଶାକର୍ମୀ ନଳିନୀ କୋଭିଡ୍-୧୯ରେ ନାମ ପଞ୍ଜୀକରଣ ପାଇଁ କମଳାକାନ୍ତଙ୍କ ଘରକୁ ଯାଇଥିଲେ। ତେବେ କାହିଁକି ମୋ ପୁଅ ନାମ ପଞ୍ଜୀକରଣ କରିବୁ କହି କମଳାକାନ୍ତ ନଳିନୀଙ୍କ ସହ ଯୁକ୍ତିତର୍କ କରିଥିଲେ। ତେବେ ଗାଳିଗୁଲଜ ଶୁଣି ମଧ୍ୟ ନଳିନୀ ପଞ୍ଜୀକରଣ କରି ଘରକୁ ଫେରିଥିଲେ। କିନ୍ତୁ ଗତକାଲି ରାତିରେ କମଳାକାନ୍ତ ଓ ତାଙ୍କ ବନ୍ଧୁ ହରମୋହନ ନାୟକଙ୍କୁ ସାଙ୍ଗରେ ନେଇ ଆଶାକର୍ମୀ ନଳିନୀଙ୍କ ଦାଣ୍ତ ଦୁଆରେ ଗାଳିଗୁଲଜ କରିଥିଲେ। ତେବେ ପାଟି ଶୁଣି ନଳିନୀ ଦାଣ୍ତପଟକୁ ଆସିବାକୁ ଉଦ୍ୟତ ହେଉଥିବା ବେଳେ ଉକ୍ତ ଯୁବକ ଦ୍ବୟ ତାଙ୍କୁ ମାଡ଼ିବସି ନିସ୍ତୁକ ମାଡ଼ ମାରିବା ସହ ପରିବାରକୁ ହତ୍ୟା କରିବାକୁ ଧମକ ଦେଇ ଚାଲିଯାଇଥିଲେ। ଏ ନେଇ ନଳିନୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ରଣପୁର ଥାନା ଆଇଆଇସି ରଶ୍ମିରଞ୍ଜନ ଦାଶ ଓ ସୁନାଖଳା ଫାଣ୍ତି ଏସ୍‌ଆଇ ପ୍ରଦୀପ କୁମାର ସାମଲ ପ୍ରମୁଖ ଉକ୍ତ ଗାଁ’ରେ ଚଢ଼ଉ କରି ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe