ପୂର୍ବ ଶତ୍ରୁତାରୁ ୨ ବର୍ଷର ଶିଶୁକୁ ହତ୍ୟା, ୨ ଗିରଫ

Advertisment
ଯୁବତୀଙ୍କ ଆତଙ୍କ: ଏମ୍‌ବିଏ ଛାତ୍ରୀଙ୍କୁ ଉଠାଇ ନେଇ ଲୁଟିଲେ

image source-Sabrang India

ମାଥିଲି/ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍‌ରେ ଘଟିଛି ଏକ ଅଭାବନୀୟ ଘଟଣା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ବର୍ଷର ଶିଶୁପୁତ୍ରକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଘଟଣା ଘଟିଛି ମାଥିଲି ବ୍ଲକ୍‌ କର୍ତ୍ତନପାଲୀ ପଞ୍ଚାୟତ କୋପରା ଗ୍ରାମରେ। ଗାଁର ପୀତବାସ ଖରା ଓ ରଇଲା ଖରା ସବୁଦିନ ପରି ଆଜି ବି ବାହାରକୁ କାମ କରିବା ପାଇଁ ଯାଇଥିବା ବେଳେ ତାଙ୍କର ପୁଅ ଓ ଝିଅ ଘରେ ମାଉସୀ ପାଖରେ ରହିଥିଲେ। ମାଉସୀ ପାଣି ଆଣିବା ପାଇଁ ଯିବା ସମୟରେ ପୀତବାସଙ୍କ ଦୁଇଜଣ ସମ୍ପର୍କୀୟ ଦାଦା ଡମୁ ବାରିକ ଓ କୁମୁଟି ବାରିକ ଘରକୁ ଆସି ତାଙ୍କ ୨ବର୍ଷର ଶିଶୁପୁତ୍ରକୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। ଚିତ୍କାର ଶୁଣି ପାଖ ନଳକୂପରୁ ଦୌଡ଼ି ଆସିଥିଲେ ମାଉସୀ। ତାଙ୍କୁ ଦେଖି ଡମୁ ଓ କୁମୁଟି ଦୌଡ଼ି ଚାଲିଯାଇଥିଲେ।

ଏ ନେଇ ମୃତ ଶିଶୁର ବାପା ପୀତବାସ ମାଥିଲି ଥାନାକୁ ଖବର ଦେବା ପରେ ପୁଲିସ ଆସି ସୂରଜର ମୃତଦେହ ଉଦ୍ଧାର କରିବା ସହ ଦୁଇ ଅଭିଯୁକ୍ତ ଡମୁ ଓ କୁମୁଟିଙ୍କୁ ଗିରଫ କରିଥିଲା। ସୂରଜର ଶବ ବ୍ୟବଚ୍ଛେଦ ପରେ ପୁଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପ୍ରକାଶ ଥାଉ କି ଗତ ୬ମାସ ତଳେ କୌଣସି କାରଣରୁ ପୀତବାସଙ୍କ ତାଙ୍କ ସମ୍ପର୍କୀୟ ଦାଦାଙ୍କ ସହ ଝଗଡ଼ା ହୋଇଥିଲା। ହେଲେ ପରେ ପୁଣି ଉଭୟ ମିଳାମିଶା କରିଥିଲେ। ଆଜି ଘରେ କେହି ନ ଥିବାର ସୁଯୋଗ ନେଇ ପୂର୍ବ ଶତ୍ରୁତାରୁ ତାଙ୍କ ଶିଶୁପୁତ୍ରକୁ ଏମାନେ ହତ୍ୟା କରିଥିବା କହିଛନ୍ତି ପୀତବାସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe