Kalinga TV
ଧର୍ମଶାଳା : ଧର୍ମଶାଳା ବଜାରରେ ଜଣେ ଛାତ୍ରୀଙ୍କୁ କମେଣ୍ଟ ମାରିବା ଅଭିଯୋଗରେ ପୁଲିସ୍ ସ୍ଥାନୀୟ ଅଞ୍ଚଳର ୨ଜଣ ଯୁବକଙ୍କୁ ଥାନାରେ ଅଟକ ରଖିଛି। ଅଟକ ଯୁବକଙ୍କ ମଧ୍ୟରେ ଜଣେ ରିଜର୍ଭ ପୁଲିସ୍ କର୍ମଚାରୀ ଥିବା ଜଣାପଡ଼ିଛି।
ପ୍ରକାଶ ଯେ, ଧର୍ମଶାଳା ଥାନା ଅଞ୍ଚଳର ଜଣେ ଛାତ୍ରୀଙ୍କୁ ସଂପୃକ୍ତ ଯୁବକଦ୍ବୟ ବାରମ୍ବାର ପ୍ରେମ ନିବେଦନ କରୁଥିଲେ। ହେଲେ ଛାତ୍ରୀ ଜଣକ ଏହାକୁ ପ୍ରତ୍ୟାଖାନ କରୁଥିଲେ। ତେବେ ଯୁବକଦ୍ବୟ ତାଙ୍କୁ ବାରମ୍ବାର ହଇରାଣ କରିବାରୁ ବାଧ୍ୟ ହୋଇ ସେ ପୁଲିସ୍ ନିକଟରେ ଅଭିଯୋଗ କରିଥିଲେ। ପୁଲିସ୍ ଅଭିଯୁକ୍ତଦ୍ବୟଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।
Follow Us