ଶ୍ରୀମନ୍ଦିରରେ ଚେନ୍‌ ଛିଣ୍ଡାଇ ୨ ଗିରଫ

ଶ୍ରୀମନ୍ଦିରରେ ଚେନ୍‌ ଛିଣ୍ଡାଇ ୨ ଗିରଫ

Kalinga TV

ପୁରୀ : ରବିବାର  ବଡ଼ଦିନ ଅବସରରେ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଜମିଥିଲା। ଏହି ପରିସ୍ଥିତିର ଫାଇଦା ଉଠାଇ ବିହାରର ଏକ ଲୁଟେରା ଗ୍ୟାଙ୍ଗ୍‌ର ଦୁଇ ଜଣ ସଦସ୍ୟ ଶ୍ରୀମନ୍ଦିରକୁ ଆସି ଭକ୍ତଙ୍କ ବେକରୁ ସୁନା ଚେନ୍‌ ଛିଣ୍ଡାଇ ନେଉଥିବା ବେଳେ ଧରାପଡ଼ିଯାଇଛନ୍ତି। ଘଟଣାରେ ସିଂହଦ୍ବାର ଥାନାରେ ପୁଲିସ ଏକ ମାମଲା ରୁଜୁ କରି ୨ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଛି।

ପୁଲିସ ସୂଚନା ଅନୁଯାୟୀ, ବାସେଳି ସାହି ଥାନା ଅନ୍ତର୍ଗତ ମାଟିତୋଟା ଶିବମହାବୀର ରୋଡ୍‌ରେ ରହୁଥିବା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଆଫିତ ଗାଁର ଗୀତା ଜେନା(୪୫) ଗତକାଲି ଶ୍ରୀମନ୍ଦିରକୁ ଦର୍ଶନ ନିମନ୍ତେ ଯାଇଥିଲେ। ଏହି ସମୟରେ ବିହାରର ମୋଥିହରି ଜିଲ୍ଲା ପଲନ୍ବା ଥାନା ଅନ୍ତର୍ଗତ ଗମ୍ଭାର୍ଯ୍ୟର ଅଜୟ ରାୟ(୩୦) ଓ ମନୋଜ ରାୟ(୩୫) ଉଭୟେ ଶ୍ରୀମନ୍ଦିରରେ ପଶି ଗୀତାଙ୍କ ଅନ୍ୟମନସ୍କତାର ସୁଯୋଗ ନେଇ ତାଙ୍କ ବେକରୁ ସୁନା ଚେନ୍‌ କାଟି ନେଉଥିଲେ। ଏହି ସମୟରେ ସେ ଚୋର ଚୋର ବୋଲି ଚିତ୍କାର କରିବାରୁ ସେଠାରେ ଥିବା ଭକ୍ତମାନେ ଦୁଇ ଅଭିଯୁକ୍ତଙ୍କୁ କାବୁ କରି ପୁଲିସର ଜିମା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe