ବେଆଇନ୍ ଲୋନ୍ ଆପ୍‌ରେ ଠକିବା ଘଟଣା: କର୍ଣ୍ଣାଟକରୁ ୨ଗିରଫ

Advertisment
ବେଆଇନ୍ ଲୋନ୍ ଆପ୍‌ରେ ଠକିବା ଘଟଣା: କର୍ଣ୍ଣାଟକରୁ ୨ଗିରଫ

ଭୁବନେଶ୍ବର : ବେଆଇନ ଲୋନ୍ ଆପ୍‌ରେ ଲୋକଙ୍କୁ ଠକିବା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ୍‌ର ଅର୍ଥନୈତିକ ଅପରାଧ ଶାଖା ପୁଣି ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କର୍ଣ୍ଣାଟକ ଉଡ଼ୁପିର ରକ୍ଷିତା ଓ ସୁଶାନ୍ଥ। ଇଓଡବ୍ଲୁ ଉଭୟ ଅଭିଯୁକ୍ତଙ୍କୁ କର୍ଣ୍ଣାଟକ କୋର୍ଟରେ ହାଜର କରାଇବା ପରେ ଟ୍ରାନ୍‌ଜିଟ୍ ରିମାଣ୍ଡରେ ଭୁବନେଶ୍ବର ଆଣିଛି। ଆଜି ଭୁବନେଶ୍ବର ଏସ୍‌ଡିଜିଏମ୍ କୋର୍ଟରେ ଅଭିଯୁକ୍ତଙ୍କୁ ହାଜର କରାଇଛି ଇଓଡବ୍ଲୁ।

ଇଓଡବ୍ଲୁର ତଦନ୍ତ ଅନୁଯାୟୀ, ଉଭୟ ଅଭିଯୁକ୍ତ ମଡ୍‌ମେଟ୍ ଟେକ୍ନୋଲୋଜି, ୟେଲୋ ଟ୍ୟୁନ୍ ଟେକ୍ନୋଲୋଜି ଓ ପିଙ୍କ୍ ଲିଫ୍ ଆର୍ୟାନ୍ କମ୍ୟୁନିକେସନ୍ ନାଁରେ ୩ଟି ଠକେଇ ଆପ୍ ଖୋଲିଥିଲେ। ଲୋକଙ୍କୁ ଋଣ ଦେବା ଆଳରେ ଅଭିଯୁକ୍ତମାନେ ମାନସିକ ନିର୍ଯାତନା ଦେଉଥିଲେ। ସପ୍ତାହେ ମଧ୍ୟରେ ଋଣ ଟଙ୍କା ପରିଶୋଧ ନକଲେ ଋଣଗ୍ରହୀତା ଦେଇଥିବା ଗୋପନୀୟ ତଥ୍ୟକୁ ପ୍ରଘଟ କରିବା ସହିତ ବ୍ଲାକମେଲ୍ କରୁଥିବା ଅଭିଯୋଗ ହୋଇଥିଲା। ଇଓଡବ୍ଲୁ ଆହୁରି ସୂଚନା ଦେଇଛି ଯେ ଉଭୟ ଅଭିଯୁକ୍ତ ବେଙ୍ଗାଲୁରୁରେ ଏକ କଲ୍ ସେଣ୍ଟର୍ ମଧ୍ୟ ଖୋଲିଥିଲେ। ଯେଉଁମାନେ ଋଣ ନେଇ ନିର୍ଦ୍ଧାରିତ ସମୟରେ ପରିଶୋଧ କରୁନଥିଲେ, ସେମାନଙ୍କୁ ଫୋନ୍ ଓ ମେସେଜ୍ ଯୋଗେ ଧମକ ଦିଆଯାଉଥିବା ଇଓଡବ୍ଲୁ ସୂଚନା ଦେଇଛି। ତେବେ ପୂର୍ବରୁ ଇଓଡବ୍ଲୁ ବେଆଇନ୍ ଋଣପ୍ରଦାନକାରୀ ଆପ୍‌ ବିରୋଧରେ ମାମଲା ରୁଜୁ କରି ପ୍ରାୟ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହାସହିତ ସନ୍ଦିଗ୍ଧ ଆପ୍ ଗୁଡ଼ିକୁ ପ୍ଲେ ଷ୍ଟୋର୍‌ରୁ ହଟାଇବା ପାଇଁ ଗୁଗୁଲ୍‌କୁ ଚିଠି ଲେଖିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe