ଘରେ ପଶି ଲୁଟ୍, ୨ ଅଟକ

Advertisment
ଘରେ ପଶି ଲୁଟ୍, ୨ ଅଟକ

Puri Police

ବ୍ରହ୍ମଗିରି : ଘରେ ପରିବାର ଲୋକେ ଶୋଇଥିବାବେଳେ ଲୁଟେରା ଘରେ ପଶି ଟଙ୍କା ସହିତ ୩ଟି ଦାମୀ ମୋବାଇଲ ଫୋନ୍‌ ଲୁଟ୍‌ କରି ଫେରାର ହୋଇଗଲେ। ସକାଳୁ ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତି ବ୍ରହ୍ମଗିରି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଲୁଟେରାକୁ ଗହୀର ବିଲରେ ଗୋଡ଼ାଇ କାବୁ କରିବା ଚର୍ଚ୍ଚାର ବିଷୟ ହୋଇଛି।

ଖବର ନେବାରେ ଜଣାପଡିଛି ବ୍ରହ୍ମଗିରି ଥାନା କହଳପଦା ଗାଁର ନିରଞ୍ଜନ ଜେନା ତାଙ୍କର ନହରପଦା ବଜାରସ୍ଥିତ ଘରେ ଗତକାଲି ବିଳମ୍ବିତ ରାତିରେ ପରିବାରଙ୍କ ସହିତ ଶୋଇଥିବା ବେଳେ ଲୁଟେରା ଛାତ ଉପରେ ଚଢି ଘର ଭିତରେ ପଶିଥିଲା। ଘରେ ପଶି ୧୨ ହଜାର ଟଙ୍କା ଲୁଟ୍‌ କରିବା ପରେ ଘରେ ଥିବା ୩ଟି ଦାମୀ ମୋବାଇଲ ଫୋନ୍‌ ଲୁଟ୍ କରି ଫେରାର ହୋଇ ଯାଇଥିଲା। ଶ୍ରୀ ଜେନାଙ୍କ ଘରେ ଲାଗିଥିବା ସିସିଟିଭିରେ ଲୁଟର ସମ୍ପୂର୍ଣ୍ଣ ଦୃଶ୍ୟ କୟଦ ହୋଇଥିଲା। ଏନେଇ ନିରଞ୍ଜନ ବ୍ରହ୍ମଗିରି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଲୁଟେରାକୁ ଚିହ୍ନଟ କରି ଚଢାଉ କରିଥିଲା।

ପୁଲିସ ଚଢାଉ ଜାଣି ଲୁଟେରା ଘରୁ ଦୈାଡିଥିଲା। ପୁରୀ-ସାତପଡା ରାଜପଥ କଡରେ ଲୁଟେରା ଦୈାଡୁଥିଲା। ପଛରେ ପୁଲିସ ବି ଦୈାଡୁଥିଲା। ପୁଲିସ ସହିତ ସ୍ଥାନୀୟ କିଛି ଯୁବକ ମିଶି ଲୁଟେରାକୁ କାବୁ ପାଇଁ ଦୈାଡି ଦୈାଡି ଗହିର ବିଲରେ ମାଡି ବସିଥିଲେ। ଜଣେ ଲୁଟେରାକୁ ପୁଲିସ କାବୁ କରିବା ପରେ ଅନ୍ୟଜଣେ ଲୁଟେରାକୁ ଘରେ ଶୋଇଥିବା ବେଳେ ଚଢାଉ କରି କାବୁ କରିଛି। ଉଭୟଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି। ମୋବାଇଲ ଜବତ କରିଥିବା ବେଳେ ଘଟଣାର ତଦନ୍ତ ପୁଲିସ ଜାରି ରଖିଥିବା ବ୍ରହ୍ମଗିରି ଥାନା ଆଇଆଇସି ମନୋଜ କୁମାର ଶତପଥି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe