ଡିକି ତାଡ଼ି ଲୁଟ୍‌ ଘଟଣା: ଦୁଇ ଗିରଫ, ୨.୬୯ଲକ୍ଷ ଜବତ

Advertisment
ଡିକି ତାଡ଼ି ଲୁଟ୍‌ ଘଟଣା: ଦୁଇ ଗିରଫ, ୨.୬୯ଲକ୍ଷ ଜବତ

ଥୁଆପାଲି/ଭେଡ଼େନ : ବରଗଡ଼ ଜିଲ୍ଲା ଭେଡ଼େନ ଅଞ୍ଚଳରେ ଡିକି ଭାଙ୍ଗି ଟଙ୍କା ଚୋରି କରୁଥିବା ମାମଲାରେ ପୁଲିସ୍‌କୁ ସଫଳତା ମିଳିଛି। ବିଭିନ୍ନ ଚୋରି ମାମଲାରେ ଜଡ଼ିତ ଥିବା ଦୁଇ ଅଭିଯୁକ୍ତ ଗଂଜାମ ଜିଲ୍ଲା ଆସ୍କା ଥାନା ପକାଲପାଲି ଗାଁର ଅଜୟ(୨୧) ଓ ଗୋଳାଦାମୋଦରପାଲି ଗାଁର ଡି.ସାହିଲ(୨୫)କୁ ପୁଲିସ ଗିରଫ କରିଛି। ସେମାନଙ୍କ ପାଖରୁ ଗୋଟିଏ ପଲ୍‌ସାର୍‌ ଏବଂ ୨.୬୯ଲକ୍ଷ ଟଙ୍କା ଜବତ ହୋଇଛି।

ବୁଧବାର ଭେଡ଼େନସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ନିକଟରେ ଏମାନେ ବୁଲୁଥିବାବେଳେ ପୁଲିସ୍‌ର ସନ୍ଦେହ ହୋଇଥିଲା। ଥାନାଧିକାରୀ ସଂଗୀତା ମହାପାତ୍ର ଓ ପାଟ୍ରୋଲିଂ ଟିମ୍‌ ଉଭୟଙ୍କୁ କାବୁ କରି ଜେରା କରିଥିଲେ। ଗତ ଏପ୍ରିଲ ୯ ତାରିଖ ଖୁଣ୍ଟୁଲିପାଲି  ଛକରେ ଉଦେପୁର ଗ୍ରାମର ଶ୍ରୀନିବାସ ଦନ୍ତାଙ୍କ ଡିକି ଭାଙ୍ଗି ୯୪ହଜାର ଟଙ୍କା ଲୁଟ୍‌ ହୋଇଥିଲା। ଏହି ମାମଲାରେ ଅଭିଯୁକ୍ତ ଦ୍ବୟ ସଂପୃକ୍ତ ଥିଲେ। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଂଚଳରୁ ବି ସେମାନେ ଡିକି ଭାଙ୍ଗି ଲୁଟ୍‌ କରିଥିବା ସ୍ବୀକାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe