ହୋଲିରେ ଲଜ୍ୟା : ଜୟପୁରରେ ନାବାଳିକାଙ୍କୁ ଗଣବଳାତ୍କାର, ନାବାଳକ ସହ ୨ ଗିରଫ

ହୋଲିରେ ଲଜ୍ୟା : ଜୟପୁରରେ ନାବାଳିକାଙ୍କୁ ଗଣବଳାତ୍କାର, ନାବାଳକ ସହ ୨ ଗିରଫ

valleycentral.com

ଜୟପୁର : ହୋଲିରେ ଲଜ୍ୟା। ନାବାଳିକାଙ୍କୁ ବୁଦାକୁ ଟେକି ନେଇ ଗଣଦୁଷ୍କର୍ମ। ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁର ସଦରଥାନା ଅଧୀନସ୍ଥ କୁସୁମପୁଟ ନିକଟ ଏକ ଗାଁରେ। ଗତ ମଙ୍ଗଳବାର ଉକ୍ତଗ୍ରାମର ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗରେ ୨ଜଣ ଯୁବକ ଏବଂ ଜଣେ ନାବାଳକଙ୍କୁ ଗିରଫ କରାଯାଇଛି।

ଦୁଇ ଯୁବକ ହେଲେ ଜୟପୁର ଟାଉନଥାନା କୁମ୍ଭାର ସାହିର ଆକଶ ନାୟକ (୨୦) ଏବଂ ସଦର ଥାନା କୁସୁମପୁଟର ତୁଷାର ହରିଜନ ଏଲିଆସ ମେଟା (୧୮)। ଗିରଫ ପରେ ଏହି ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ସେହିପରି ଅନ୍ୟଜଣେ ଅଭିଯୁକ୍ତ ନାବାଳକଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡ ସମ୍ମୁଖରେ ହାଜର କରାଯାଇଛି । ଜୟପୁର ସଦରଥାନାରେ ଗତ ଗୁରବାର ୧୭ ବର୍ଷିଆ ନାବାଳିକା ଲିଖିତ ଅଭିଯୋଗ କରିଛନ୍ତି ଯେ, ଗତ ମଙ୍ଗଳବାର ହୋଲି ଉତ୍ସବ ଅବସରରେ ସଂଧ୍ୟା ୫ଘଟିକା ସମୟରେ ଏକ ବାଇକ ଯୋଗେ ୩ଜଣ ଅଭିଯୁକ୍ତ କୁସୁମପୁଟ ଗ୍ରାମ ରାସ୍ତାରେ ପହଞ୍ଚି ଗ୍ରାମକୁ ଯାଉଥିବା ନାବାଳିକାଙ୍କୁ ଏକୁଟିଆ ପାଇ ଜୋରଜବରଦସ୍ତ ନିକଟସ୍ଥ ଏକ ବୁଦାକୁ ଉଠାଇ ନେଇ ସମସ୍ତେ ମିଳିତ ଭାବେ ଗଣବଳତ୍କାର କରିଥିଲେ । କାହା ନିକଟରେ ଅଭିଯୋଗ କିମ୍ବା ଘଟଣା ପ୍ରଘୋଟ କଲେ ହତ୍ୟା କରିବାକୁ ଧମକଚମକ ଦେଇଥିଲେ । ଏଥିନେଇ ସଦରଥାନାରେ ଦଫା ୩୪୧,୩୨୩,୩୭୬ (ଡି), ୩୫୪(ବି), ୫୦୫ ଏବଂ ୬ ପୋକ୍ସ ଧାରା ଅନୁଯାୟୀ ଏକ ମାମଲା (୪୯/୨୦) ରୁଜୁ କରାଯାଇଛି ବୋଲି ଥାନା ଅଧିକାରୀ ଶିବଶଙ୍କର ସାହୁ ପ୍ରକାଶ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe