ବନ୍ଧୁକ ମୁନରେ ଲୁଟିନେଲେ ୧.୨୦ ଲକ୍ଷ ଟଙ୍କା, ୨ ଅଟକ

Advertisment
ଲୁଟେରାଙ୍କ ପତ୍ତା ପାଉନି ପୁଲିସ, ଦୁଇ ସପ୍ତାହରେ ୧୦ରୁ ଅଧିକ ଲୁଟ୍‌ପାଟ୍‌

Hari Bhoomi

ଉଲୁଣ୍ଡା/ ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା କର୍ଣ୍ଣପାଲି ଛକଠାରେ ଦୁର୍ବୃତ୍ତମାନେ ବନ୍ଧୁକ ମୁନରେ ୧ ଲକ୍ଷ ୨୦ ହଜାର ଟଙ୍କା ଲୁଟି ନେଇଥିବା ଜଣାଯାଇଛି।

ସୂଚନା ଅନୁସାରେ, ଉଲୁଣ୍ଡାର ସଚ୍ଚିଦାନନ୍ଦ ମହାକୁର ଓ ଧୀରେନ ମହାକୁରଙ୍କ ଯାଲୋଏରେ ଏକ ସହଜ କେନ୍ଦ୍ର ରହିଛି। ସହଜ କେନ୍ଦ୍ର ବନ୍ଦ କରି ରାତି ପ୍ରାୟ ୭ଟାରେ ଉଭୟ ଏକ ବାଇକ୍‌ରେ ଘରକୁ ଫେରୁଥିଲେ। କର୍ଣ୍ଣପାଲି ଛକଠାରେ ୨ଟି ବାଇକ୍‌ରେ ୪ ଜଣ ଯୁବକ ଆସି ସେମାନଙ୍କୁ ଅଟକାଇ ଥିଲେ। ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଭୟଭୀତ କରି ସଚ୍ଚିଦାନନ୍ଦ ଓ ଧୀରେନଙ୍କଠାରେ ଥିବା ୧ ଲକ୍ଷ ୨୦ ହଜାର ଟଙ୍କା ଓ ଏକ ଲ୍ୟାପ୍‌ଟପ୍ ନେଇ ଫେରାର୍‌ ହୋଇଯାଇଥିଲେ। ଦୁର୍ବୃତ୍ତଙ୍କ ମାଡ଼ରେ ସଚ୍ଚିଦାନନ୍ଦ ଆହତ ହୋଇଥିବା ଜଣାଯାଇଛି। ଏହି ସମୟରେ ପାଟିତୁଣ୍ଡ ଶୁଣି ରାସ୍ତାରେ ଯାଉଥବା ଲୋକ ଘଟଣାସ୍ଥଳକୁ ଆସିଯିବାରୁ ୨ ଜଣ ଦୁର୍ବୃତ୍ତ ବାଇକ୍‌ ଛାଡ଼ି ଚାଷଜମି ଦେଇ ଦୌଡ଼ି ପଳାଇଥିଲେ। ଆଉ ୨ ଜଣ ଦୁର୍ବୃତ୍ତ ଟଙ୍କା ଧରି ଅନ୍ୟ ବାଇକ୍‌ରେ ପ୍ରଥମେ ଯାଲୋଏ ପଟକୁ ଯାଇ ବୁଦ୍ଧିଆପାଲି, ରକ୍ସା ଛକ ଦେଇ ପଳାଇବାକୁ ଉଦ୍ୟମ କରୁଥିଲେ।

publive-image

ଏହି ସମୟରେ ଲୁଟ୍‌ ସୂଚନା ପାଇ ଗାଡ଼ି ଯାଞ୍ଚ କରୁଥିବା ହିକୁଡ଼ି ଫାଣ୍ଡି ପୁଲିସ ହାତରେ ସେମାନେ ଧରାପଡ଼ିଥିବା ଜଣାଯାଇଛି। ପୁଲିସ ୨ ଦୁର୍ବୃତ୍ତଙ୍କୁ ଅଟକ ରଖି ପଚରା ଉଚରା କରୁଛି। ଦୁର୍ବୃତ୍ତମାନେ ବ୍ୟବହାର କରିଥିବା ବାଇକ୍‌ ଦୁଇଟି ଚୋରି ବାଇକ୍‌ ବୋଲି ଜଣାପଡ଼ିଛି। ଏ ନେଇ ବୀରମହାରାଜପୁର ଥାନାରେ ଏକ ମାମଲା ରୁଜୁ ହୋଇଛି। ବୀରମହାରାଜପୁର ଥାନା ପୁଲିସ ଏସ୍‌ଆଇ ସୁଦର୍ଶନ ଦେହୁରୀ, ବିଜୟ ବାରିକ, ସୁରୁ ବିଶ୍ୱାଳ, ହିକୁଡ଼ି ଫାଣ୍ଡି ପୁଲିସ ଏସ୍‌ଆଇ ସୁନ୍ଦରମଣି ମାଝୀ, କନେଷ୍ଟବଳ ସୁରେଶ ବେହେରା, ରାମଜୀ ପାଣିଗ୍ରାହୀ, ରମାକାନ୍ତ ନାୟକ, ହୋମଗାର୍ଡ ସୁଶାନ୍ତ ପଧାନ, ବିଶ୍ୱେଶ୍ୱର ସାହୁ ପ୍ରମୁଖ ତନାଘନା କରୁଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe