ଭୋଜି ଆଳରେ ଅପହରଣ ଓ ୪୦ ହଜାର ଦାବି: ୬ଘଣ୍ଟା ମଧ୍ୟରେ ଅପହୃତଙ୍କୁ ଉଦ୍ଧାର କଲା ପୁଲିସ, ୨ ଗିରଫ

ଭୋଜି ଆଳରେ ଅପହରଣ ଓ ୪୦ ହଜାର ଦାବି: ୬ଘଣ୍ଟା ମଧ୍ୟରେ ଅପହୃତଙ୍କୁ ଉଦ୍ଧାର କଲା ପୁଲିସ, ୨ ଗିରଫ

ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଇବ୍‌ ନଦୀକୂଳରୁ ମଙ୍ଗଳବାର ସନ୍ଧ୍ୟାରେ ଅପହୃତ ଅମିତ ଗୁପ୍ତାଙ୍କୁ ସମୟୋଚିତ ପଦକ୍ଷେପ ପାଇଁ ଘଟଣାର ୬ଘଣ୍ଟା ଭିତରେ ପୁଲିସ ଉଦ୍ଧାର କରିବାରେ ସଫଳ ହୋଇଛି। ଏହା ସହିତ ଅପହରଣରେ ସମ୍ପୃକ୍ତ ଗଙ୍ଗାନଗରର ଅକ୍ଷୟ ସାହୁ(୨୫) ଓ ଠାକୁରପଡାର ସତୀଶ ସା’ (୨୭)ଙ୍କୁ ଗିରଫ କରିବା ସହିତ ସେମାନେ ବ୍ୟବହାର କରିଥିବା କାର (ଡ଼ିଏନ୦୯ସି ୧୫୯୫) ସହିତ ୨ଟି ମୋବାଇଲକୁ ଜବତ କରିବାରେ ସଫଳ ହୋଇଛି। ଇବ ନଦୀକୂଳରେ ଭୋଜି ଖାଇବାକୁ ଡାକି ପ୍ରଥମେ ୪୦ ହଜାର ଟଙ୍କା ଦାବି କରିଥିଲେ। ଟଙ୍କା ନଦେବାରୁ ଏଭଳି ଅପହରଣ କରାଯାଇଥିବା ପୁଲିସ ସୂଚନା ଦେଇଛି। ଆଜି ଅଭିଯୁକ୍ତ ୨ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ପ୍ରକାଶ କରିବା ସହିତ ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ପୁଲିସ ଖୋଜୁଛି।

ଝାରସୁଗୁଡା ମାରୱାଡ଼ିପଡ଼ା ଗୋସାଲା ଫାଟକ ନିକଟରେ ରହୁଥିବା ବ୍ୟବସାୟୀ ଭିକି ଶର୍ମାଙ୍କ ଅଭିଯୋଗ ଅନୁସାରେ ରୋହିତ ଗତ ୨୪ ତାରିଖ ସନ୍ଧ୍ୟା ସାଢ଼େ ୭ଟାରେ ତାଙ୍କ ନିକଟକୁ ଆସି ଇବ ନଦୀକୂଳରେ ଏକ ଭୋଜି କରିବାକୁ ପ୍ରସ୍ତାବ ଦେଇଥିଲା। ଶ୍ରୀ ଶର୍ମା ଏଥିରେ ରାଜି ହେବାରୁ ଗତକାଲି ଅଭିଯୋଗକାରୀ ଶ୍ରୀ ଶର୍ମା ଓ ତାର ୨ଜଣ ସାଥି ଅମିତ ଗୁପ୍ତା ଓ ସହଦେବ ନାୟକ ଭୋଜି ଖାଇବାକୁ ଇବ ନଦୀକୂଳରେ ପହଞ୍ଚିଥିଲେ। ଠିକ ଘଣ୍ଟାଏ ପରେ ରୋହିତ ବିଶ୍ୱାଳ କୌଣସି କାରଣ ନଥାଇ ୪୦ ହଜାର ଟଙ୍କା ମାଗିଥିଲେ। ସେ ଗାଳି ଦେବା ସହିତ ମାଡ଼ପିଟି କରି ଅପହରଣ ପାଇଁ ଧମକ ଦେଇଥିଲେ। ଅଭିଯୋଗକାରୀ ଓ ତାର ସାଙ୍ଗ ସହଦେବ ନାୟକ ଖସିଯିବାରେ ସଫଳ ହୋଇଥିବା ଅପରପକ୍ଷେ ଅମିତ ଗୁପ୍ତାଙ୍କୁ ସେମାନେ ଅପହରଣ କରି ନେଇଥିଲେ।

ରୋହିତ ବିଶ୍ୱାଳ ୪୦ ହଜାର ଟଙ୍କା ଦେବାକୁ ଅମିତ ଶର୍ମାଙ୍କ ୨ଟି ମୋବାଇଲ ନମ୍ବରରୁ ଅଭିଯୋଗକାରୀକୁ ଫୋନ କରିଥିଲେ। କିନ୍ତୁ ଅଭିଯୋଗକାରୀ ସତୀଶ ଶର୍ମାଙ୍କୁ ଖୋଜାଖୋଜି କରିଥିଲେ। ସେମନେ ନିରାଶ ହେବାପରେ ବ୍ରଜରାଜନଗର ପୁଲିସକୁ ଶେଷରେ ଖବର ଦେଇଥିଲେ। ଖବର ପାଇ ବ୍ରଜରାଜନଗର ଥାନା ଅଧିକାରୀ ଘଟଣା ସମ୍ପର୍କରେ ଉପରିସ୍ତ ଅଧିକାରୀଙ୍କୁ ଜଣାଇବା ସହିତ ସାଇବାର ଥାନାକୁ ଜଣାଇଥିଲେ। ଏଥିପାଇଁ ପୁଲିସ ବିଭିନ୍ନ ସ୍ଥାନରେ ନାକା ବନ୍ଦୀ କରିବା ସହିତ ଚଢ଼ଉ କରି ଶେଷରେ ଅପହୃତ ଅମିତକୁ ଉଦ୍ଧାର କରିଥିଲେ। ଏହି ଘଟଣାର ଅନ୍ତରାଳେ କୌଣସି ଏକ ବଡଧରଣର କାରବାର ରାଜ୍ୟ ବାହାରୁ ଚାଲିଥିବା ଲୁହା ଯାଉଛି। ଏହି କାରବାର ପଛରେ କେଉଁମାନେ ଅଛନ୍ତି ପୁଲିସ ଖୋଜି ବାହାର କରିବାର ଆବଶ୍ୟକତା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe