ଭଦ୍ରକରୁ ୧୨ ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗାର ଜବତ, ୨ ବେପାରୀ ଗିରଫ

Advertisment
ଭଦ୍ରକରୁ ୧୨ ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗାର ଜବତ, ୨ ବେପାରୀ ଗିରଫ

ଭଦ୍ରକ: ପୁରୁଣା ବଜାର ପୁଲିସ ଆଜି ୧୨ ଲକ୍ଷ ଟଙ୍କାର ବ୍ରାଉନ ସୁଗାର୍‌ ଜବତ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ରାନ୍ଦିଆ ଅଂଚଳର ଅଜୟ କୁମାର ପଢିଆରୀ ଓ ବରପଦା ବାସିନ୍ଦା କାଳନ୍ଦୀ ବେହେରା। ୨ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗତ କିଛି ଦିନ ହେଲା ଭଦ୍ରକରେ ବ୍ରାଉନ ସୁୁଗାର୍‌ ମାଫିଆ ମତିଛନ୍ତି। ସେମାନେ ଯୁବପିଢ଼ିଙ୍କୁ ଟାର୍ଗେଟ କରି ବେପାର ଚଳାଇଛନ୍ତି।

ସୂଚନା ଅନୁସାରେ ଭଦ୍ରକ ଚାନ୍ଦବାଲି ରାସ୍ତାରେ ପୁଲିସର ଗାଡି ତନଖି ଚାଲିଥିଲା । ସେହି ସମୟରେ ଦୁଇଜଣ ବ୍ୟକ୍ତିଙ୍କ ବାଇକ୍‌ ଯାଂଚ ସମୟରେ ସେମାନଙ୍କ ଠାରୁ ୧ ଗ୍ରାମ ବ୍ରାଉନ୍‌ ସୁଗାର ବାହାରିଥିଲା। ସରକାର ନଗର ଠାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ପୁଲିସ ସେମାନଙ୍କ ଠାରୁ ବ୍ରାଉନ୍‌ ସୁଗାର ଜବତ କରିଥିଲା ।

ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି ଏସଡିପିଓ ସାର୍ଥକ ରାୟ କହିଛନ୍ତି। ଏହି ଦୁଇ ଅଭିଯୁକ୍ତ ବ୍ରାଉନ୍‌ ସୁଗାର ନେଇ ଚାନ୍ଦବାଲିକୁ ବାହାରିଥିଲେ। ସେମାନଙ୍କ ଠାରୁ ନଗଦ ୪୦୦ ଟଙ୍କା, ପ୍ୟାକେଜିଂ ଜରି ଓ ଏକ ଛୁରୀ ଜବତ କରିଛି ପୁଲିସ। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସାମ୍ବାଦିକ ସମ୍ମିଳନିରେ ସୂଚନା ଦେଇଛନ୍ତି ଏସଡିପିଓ ସାର୍ଥକ ରାୟ।

ବ୍ରାଉନ ସୁଗର୍‌ ଚୋରା କାରବାରର ପେଣ୍ଠ ସ୍ଥଳ ପାଲଟିଛି ଭଦ୍ରକ। ଭଦ୍ରକ ଟାଉନ୍‌ ଏରିଆ ଓ ପୁରୁଣା ବଜାର ଥାନା ଏରିଆରେ ବ୍ରାଉନ ସୁଗାର ମାଫିଆ ଆଡ୍ଡା ଜମେ । ପୁଲିସ ଏମାନଙ୍କୁ ଧରିବାରେ ଆନ୍ତରିକତା ପ୍ରକାଶ କରୁ ନାହିଁ। ଭଦ୍ରକ ପୁଲିସ ବ୍ରାଉନ ସୂଗାର ବେପାରୀଙ୍କ ଆଡ୍ଡା ଜାଣିଥିଲେ ମଧ୍ୟ ଜୋରଦାର ଚଢ଼ଉ କରୁନି। ଫଳରେ ବେପାରୀମାନେ ନିର୍ଭୟରେ ଏହି ବେଆଇନ୍‌ କାରବାର କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe