ଭୁବନେଶ୍ୱର ସାଂସଦ ନିଖୋଜ ଲେଖାଥିବା ପୋଷ୍ଟର ମରା ଘଟଣାରୁ ଗଣ୍ଡଗୋଳ, ୨ ଗିରଫ

ଭୁବନେଶ୍ୱର ସାଂସଦ ନିଖୋଜ ଲେଖାଥିବା ପୋଷ୍ଟର ମରା ଘଟଣାରୁ ଗଣ୍ଡଗୋଳ, ୨ ଗିରଫ

ଭୁବନେଶ୍ୱର: ସାଂସଦ ନିଖୋଜ ନେଇ ପୋଷ୍ଟରମରା ଘଟଣା ନୂଆ ମୋଡ ନେଇଛି । ଗତକାଲି ରାତିରେ ପୋଷ୍ଟରମରା ଘଟଣାକୁ ନେଇ ହୋଇଥିବା ଏକ ଗଣ୍ଡଗୋଳ ମାମଲାରେ ଲକ୍ଷ୍ମୀସାଗର ପୁଲିସ ଦୁଇ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ହୋଇଥିବା ଦୁଇଜଣଙ୍କ ମଧ୍ୟରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଅତି ଘନିଷ୍ଠ ବ୍ୟକ୍ତିଥିବା ସୂଚନା ମିଳିଛି । ପ୍ରାଥମିକ ସୂଚନାରୁ ଜଣାପଡ଼ିଛି କି କିଛି ‌ଲୋକ ସାସଂଦ ନିଖୋଜ ଲେଖାଥିବା ପୋଷ୍ଟର ମାରିବା ସମୟରେ ଘଟଣାସ୍ଥଳରେ ସାଂସଦଙ୍କ ସମର୍ଥକ ପହଞ୍ଚି ଏହାର ବିରୋଧ କରିଥିଲେ। ଫଳରେ ଦୁଇ ଗୋଷ୍ଠୀଙ୍କ ଭିତରେ ଗଣ୍ଡ‌ଗୋଳ ସୃଷ୍ଟି ହୋଇଥିଲା। ଯେଉଁ ଘଟଣାରେ ପୁଲିସ ଗିରଫଦାରୀ କରିଛି।

ପୂରା ଘଟଣାକ୍ରମ ଥିଲା କିଛି ଏହିଭଳି । ସାଂସଦ ଅପରାଜିତା ଷଡଙ୍ଗୀ ନିଖୋଜ ବୋଲି ରାଜଧାନୀର ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଥିଲା । ଏହାକୁ କିଏ ଲଗାଇଲା ଆଉ କାହିଁକି ଲଗାଇଲା ଚର୍ଚ୍ଚା ଭିତରେ ନୂଆ ଏକ ଦିଗ ସାମ୍ନାକୁ ଆସିଥିଲା । ସୂଚନା ଅନୁସାରେ ବୁଧବାର ବିଳମ୍ବିତ ରାତିରେ କିଛି ଯୁବକ ପୋଷ୍ଟର ମାରୁଥିବା ବେଳେ ଅପରାଜିତା ଷଡଙ୍ଗୀଙ୍କ କିଛି ସମର୍ଥକ ଏହାର ପ୍ରତିବାଦ କରିଥିଲେ । ଏହାପରେ ଘଟଣସ୍ଥଳରେ ମାରପିଟ ହୋଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଆଉ ମାମଲା ପହଞ୍ଚିଥିଲା ଥାନାରେ ।

ବଡ କଥା ହେଉଛି, ମାମଲା ରୁଜ୍ଜୁ କରିଥିବା ବ୍ୟକ୍ତି ନିଜେ ପୋଷ୍ଟର ମାରୁ ନ ଥିଲେ ବୋଲି ଏତଲାରେ ଦର୍ଶାଇଥିଲେ । ଅପରାଜିତାଙ୍କ ସହଯୋଗୀ ଜବରଦସ୍ତି କିଛି ପୋଷ୍ଟର ସେମାନଙ୍କ ପାଖରେ ରଖି ଗଣ୍ଡଗୋଳ ଆରମ୍ଭ କରିଥିବା ଅଭିଯୋଗ କରିଥିଲେ । ଯାହା ପରେ କିଛି ସମୟ ପାଇଁ ଉତ୍ତେଜନା ଦେଖିବାକୁ ମିଳିଥିଲା । ପୁଲିସ ଏହି ମାମଲାରେ ତଦନ୍ତ କରି ଦୁଇଜଣଙ୍କୁ ଗିରଫ କରିଛି । ମାରପିଟ କରିଥିବା ଅଭିଯୋଗରେ ଅପରାଜିତାଙ୍କ ଦୁଇ ଘନିଷ୍ଠ ସହଯୋଗୀଙ୍କୁ ପୁଲିସ ଗିରଫ କରିଛି । ଏମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe