ବିପୁଳ ପରିମାଣର ଗଞ୍ଜେଇ ସହ ଅଫିମ ଜବତ, ୨ ଗିରଫ

Advertisment
ବିପୁଳ ପରିମାଣର ଗଞ୍ଜେଇ ସହ ଅଫିମ ଜବତ, ୨ ଗିରଫ
ଭଦ୍ରକ: ଭଦ୍ରକ ଅବକାରୀ ଅଧୀକ୍ଷକ ନରୋତ୍ତମ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଓ ଉପଅଧୀକ୍ଷକ ଅନିତା ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକ ସୁଶ୍ରୀ ସଂଗୀତା ମହାନ୍ତି, ଅବକାରୀ ନିରୀକ୍ଷକ ପ୍ରଶାନ୍ତ କୁମାର ମହାନ୍ତିଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ୍‌ ଭଦ୍ରକ ସହରାଞ୍ଚଳ ଥାନା ଅନ୍ତର୍ଗତ ନରିପୁର କଚେରୀ ବଜାର ନିକଟରେ ଚଢ଼ାଉ କରି ୧୦.୬୦୦ କିଲୋଗ୍ରାମ ଗଞ୍ଜେଇ ଓ ୧.୭୦୦ କିଲୋଗ୍ରାମ ଅଫିମ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ଭଦ୍ରକ ସହରାଞ୍ଚଳ ଥାନା ଅନ୍ତର୍ଗତ ନରିପୁର ଗ୍ରାମର ପଞ୍ଚାନନ ସାହୁ ଓ ହିମାଂଶୁ ଭୂଷଣ ସାହୁ ଙ୍କୁ ଗିରଫ କରିଛି।
ଜବତ ଗଞ୍ଜେଇ ଓ ଅଫିମ ର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। ଏନେଇ ଭଦ୍ରକ ଅବକାରୀ ଥାନା ପକ୍ଷରୁ କେସ ନଂ: ୨୪୩/୨୩-୨୪ ଏବଂ ଭ୍ରାମ୍ୟମାଣ ସ୍କ୍ୱାର୍ଡ ପକ୍ଷରୁ କେସ ନଂ:୪୪୮/୨୩-୨୪ ମୂଳେ ମାମଲା ରୁଜ୍ଜୁ କରାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe