ଆଇପିଏଲ୍‌ ବେଟିଂ ବେଳେ ଚଢଉ, ୨ ଗିରଫ

ଦୁବାଇରୁ ଭାୟା ମୁମ୍ବାଇ ଦେଇ ଝାରସୁଗୁଡାରେ ଚାଲିଥିଲା ଖେଳ

ଆଇପିଏଲ୍‌ ବେଟିଂ ବେଳେ ଚଢଉ, ୨ ଗିରଫ

ଝାରସୁଗୁଡା: ଦୁବାଇରୁ ଭାୟା ମୁମ୍ବାଇ ଦେଇ ଝାରସୁଗୁଡା ଜିଲ୍ଲାରେ ଚାଲିଥିଲା ଆଇପିଏଲ ବେଟିଂ। ବେଆଇନ ଭାବରେ ଚାଲିଥିବା ଏହି ବେଟିଂ ବିଷୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଝାରସୁଗୁଡା ଟାଉନ ପୁଲିସ ଗୋଶାଳା ରୋଡ଼ ରେଳ ଫାଟକ ନିକଟସ୍ଥ ହରିଶ ସାହୁଙ୍କ ବେଶମେଣ୍ଟରେ ଚଢଉ କରିଥିଲା। ପୁଲିସ ୨ ଜଣଙ୍କୁ ଗିରଫ କରିଛି।

publive-image

ଗିରଫ ବ୍ୟକ୍ତି ଦ୍ଵୟ ଟାଟା ଗଳି ଅଂଚଳର ଏମ୍‌ଡି ଅକିଲ ଖାନ ଏବଂ ମଳିପଡ଼ାର ହରିଶ ସାହୁ ବୋଲି ଜଣାପଡିଛ। ସେମାନଙ୍କ ନିକଟରୁ ୬ ଲକ୍ଷ ୮୦ ହଜାର ଟଙ୍କା, ୭ଟି ମୋବାଇଲ ଫୋନ ଓ ବିଭିନ୍ନ କାଗଜ ପତ୍ର ଜବତ କରିଛି। ଏହାସହ ଏଥିରେ ସାମିଲ ଥିବା ଅନ୍ୟ ୪ ଜଣଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe