ବେଗୁନିଆ ବ୍ଲକ୍‌ ଅଧ୍ୟକ୍ଷ ନିର୍ବାଚନ ସମୟରେ ହିଂସାକାଣ୍ଡ ଘଟଣା: ନବନିର୍ବାଚିତ ସରପଞ୍ଚଙ୍କ ସମେତ ୨ ଗିରଫ

Advertisment
ତୀରମାଡ଼ ଘଟଣାରେ ଅଭିଯୁକ୍ତ ଗିରଫ

Times of India

ବେଗୁନିଆ : ବେଗୁନିଆ ବ୍ଲକ୍‌ ଅଧ୍ୟକ୍ଷ ନିର୍ବାଚନ ସମୟରେ ସଂଘଟିତ ହିଂସାକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ବେଗୁନିଆର ନବନିର୍ବାଚିତ ସରପଞ୍ଚ ସତ୍ୟ ନାରାୟଣ ପ୍ରଧାନଙ୍କ ସମେତ ଦୁଇଜଣଙ୍କୁ ଗିରଫ କରାଯାଇଥିବା ଏସ୍‌ପି ଅଲେଖଚନ୍ଦ୍ର ପହି ସୂଚନା ଦେଇଛନ୍ତି।

ଶନିବାର ଦିନ ବେଗୁନିଆ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ସମୟରେ ପରାଜିତ ପ୍ରାର୍ଥୀଙ୍କ ସମର୍ଥକମାନେ ଗାଡ଼ି ମୋଟର ଭଙ୍ଗାରୁଜା କରିବା ସହ ବିଜୟୀ ଅଧ୍ୟକ୍ଷଙ୍କ ସମର୍ଥକ ଓ ସମିତିସଭ୍ୟମାନଙ୍କୁ ଅଟକ ରଖିଥିଲେ। ବିଳମ୍ବିତ ରାତିରେ ସାରୁଅ ଗ୍ରାମର ସମ୍ବିତ ମହାଭୋଇ (୪୦)ଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ୧୬ଜଣଙ୍କ ନାମରେ ମାମଲା ରୁଜୁ କରିଥିଲା। ଏସ୍‌ଡିପିଓ ସୁଶୀଲ ମିଶ୍ରଙ୍କ ତତ୍ତ୍ବାବଧାନରେ ଦୁଇଟି ଟିମ୍‌ ଗଠନ କରାଯାଇ ଗତ ରାତିରେ ଘଟଣାରେ ସମ୍ପୃକ୍ତ ବେଗୁନିଆ ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ ସତ୍ୟନାରାୟଣ ପ୍ରଧାନ ଏବଂ ସୁରେନ୍ଦ୍ର ପାଲଟାସିଂହଙ୍କୁ ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବାପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe