ଷଷ୍ଠ ଶ୍ରେଣୀ ଛାତ୍ରୀ ଗଣଦୁଷ୍କର୍ମ ମାମଲା: ଆଶ୍ରମ ସ୍କୁଲର ୨ ଶିକ୍ଷକ ନିଲମ୍ବିତ

Advertisment
ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

Representational image

ନବରଂଗପୁର: ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳର ଏକ ସେବାଶ୍ରମ ବିଦ୍ୟାଳୟରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ରାଜ୍ୟ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନବରଂଗପୁର ଜିଲ୍ଲାପାଳଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଗିରଫ ୨ ଜଣ ସହକାରୀ ଶିକ୍ଷକ କେଶବ ମାଝୀ ଓ ସୁଚେନ୍ଦ୍ର ଚନ୍ଦ୍ର ବିଶ୍ବାସଙ୍କୁ ନିଲମନ କରିଛି।

ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ‌ଶୁକ୍ରବାର ପୀଡ଼ିତାଙ୍କ ୧୬୧ରେ ବୟାନ ରେକର୍ଡ କରାଯାଇଥିଲା। ପୀଡ଼ିତାଙ୍କ ମାନସିକ ଅବସ୍ଥା ସ୍ଥିର ହେବା ପରେ ୧୬୪ରେ ବୟାନ ରେକର୍ଡ କରାଯିବ ବୋଲି ଜଣାପଡ଼ିଛି। ଦୁଇ ଦୁଷ୍କର୍ମ ଅଭିଯୁକ୍ତ ତଥା ସେବାଶ୍ରମର ପ୍ରଧାନଶିକ୍ଷକ ସୁଚେନ୍ଦ୍ର ବିଶ୍ବାସ ଓ ସହକାରୀ ଶିକ୍ଷକ କେଶବ ମାଝୀଙ୍କୁ ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇଥିଲା। ଦୁଇ ଅଭିଯୁକ୍ତଙ୍କୁ ୧୫ ଦିନିଆ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରିଛି ପୁଲିସ।

ସୂଚନା ଅନୁଯାୟୀ, ପୀଡ଼ିତା ମାନସିକ ଭାବେ ଗଭୀର ଆଘାତ ପାଇଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଜାରି ରହିଛି। ପୀଡ଼ିତାଙ୍କ ବାପାଙ୍କ ଏତଲାକୁ ଆଧାର କରି କୁନ୍ଦେଇ ଥାନାରେ ମାମଲା ରୁଜୁ ହୋଇଛି। କେଶ୍‌ ନମ୍ବର-୧୦୬/୨୩ ଏବଂ ଦଫା ୩୭୬ ଓ ୬ ପୋକ୍ସୋ ଆଇନରେ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe