୨ ଏଟିଏମ୍‌ ଲୁଟେରା ଗିରଫ; ୪ ଲକ୍ଷ ୨୨ ହଜାର ଟଙ୍କା, ଲୁଟ୍‌ରେ ବ୍ୟବହୃତ ସାମଗ୍ରୀ ଜବତ

Advertisment
୨ ଏଟିଏମ୍‌ ଲୁଟେରା ଗିରଫ; ୪ ଲକ୍ଷ ୨୨ ହଜାର ଟଙ୍କା, ଲୁଟ୍‌ରେ ବ୍ୟବହୃତ ସାମଗ୍ରୀ ଜବତ

କୋମନା : ବୁଧବାର ରାତିରେ ନୂଆପଡ଼ା ଜିଲ୍ଲା କୋମନାକୁ ପୁଲିସକୁ ବଡ଼ ଧରଣର ସଫଳତା ମିଳିଛି। ଏଟିଏମ୍‌ ଲୁଟ୍‌ ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ନଗଦ ୪ ଲକ୍ଷ ୨୨ ହଜାର ଟଙ୍କା ଏବଂ ଲୁଟ୍‌ ପାଇଁ ବ୍ୟବହୃତ ସାମଗ୍ରୀ ଜବତ କରିଛି।

ସୂଚନାନୁସାରେ, କୋମନା ଥାନା କୁରେଶ୍ବର ଗାଁରେ ଥିବା ଏସ୍‌ବିଆଇ ଏଟିଏମ୍‌ରୁ ଗତ ୧୨.୧୦.୨୧ ରୁ ୩.୧୨.୨୧ ମଧ୍ୟରେ ୬୪ ଥରରେ ୬ ଲକ୍ଷ ଟଙ୍କା ହେରଫେର ହୋଇଥିଲା। ଏନେଇ ନୂଆପଡ଼ା ଏସ୍‌ବିଆଇର ସିଏମ୍‌ ଦେବାଶିଷ ଯୋଶୀ କୋମନା ଥାନାରେ ୩.୧୨.୨୧ ତାରିଖରେ ଲିଖିତ ଅଭିଯୋଗ କରିଥିଲେ। ନୂଆପଡ଼ା ଏସ୍‌ପିଙ୍କ ନିର୍ଦେଶରେ ଏକ ସ୍ବତନ୍ତ୍ର ଟିମ୍‌ ଗଠନ ହୋଇଥିଲା। କୋମନା ଆଇଆଇସି ଜ୍ୟୋତିରଞ୍ଜନ ଗଉଡ଼, ଖରିଆର ରୋଡ୍‌ ଆଇଆଇସି ଅନିରୁଦ୍ଧ ମୁଦୁଲି ଏହାର ନେତୃତ୍ବ ନେଇଥିଲେ। ଏହାପରେ ଉଦ୍ୟାନବନ୍ଧ କଟକିଆପଡ଼ାରେ ପୁଲିସ ଚଢ଼ଉ କରିଥିଲା।

ହରିୟାଣା ରାଜ୍ୟ ନୁହ ଜିଲ୍ଲା ଘନସେଡ଼ା ଗାଁରୁ ଆସି ରହୁଥିବା ହକୁ (୪୦ ବର୍ଷ) ଓ ସକେଲ ଅହମ୍ମଦ (୨୦ ବର୍ଷ)କୁ କାବୁ କରିବା ପରେ ୨୧ଟି ଏଟିଏମ୍‌ କାର୍ଡ, ୨ଟି ପାସ୍‌ବୁକ୍‌, ନୂଆ ଲ୍ୟାପଟପ୍‌, ନଗଦ ୪ ଲକ୍ଷ ୨୨ ହଜାର ଟଙ୍କା, ୨ଟି ମୋବାଇଲ, ଗୋଟିଏ ଲେଖାଏଁ ଟିସାର୍ଟ ଏବଂ ଫୁଲସାର୍ଟ ରୁମାଲ ଆଦି ଜବତ କରାଯାଇଛି। କୋମନା ଥାନାରେ କେସ୍‌ ନଂ ୩୫୫ ରେ ୟୁଏସ୍‌ ୪୨୦/ ୩୭୯, ସେକସନ୍‌ ୬୬(ସି)/୬୬(ଡି) ଆଇଟି ଆକ୍ଟରେ କୋର୍ଟଚାଲାଣ କରାଯାଇଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ନୂଆପଡ଼ା ଏସ୍‌ଡିପିଓ ପ୍ରଶାନ୍ତ ପଟ୍ଟନାୟକ ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏସ୍‌ଆଇ ଜିତୁ ମହାନନ୍ଦ, ଏଏସ୍‌ଆଇ ଦ୍ରୌପଦ ସାଗର ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe