ଖଡିଆଳ : ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଡୁଆଝର ଗାଁରେ ଜ୍ୱର ଶିଶୁଙ୍କୁ ଜ୍ୱର ଭଲ ପାଇଁ ଚେଙ୍କ ଦିଆଯାଇଛି। ଏବେ ୨ ଶିଶୁଙ୍କ ଅବସ୍ଥା ଗୁରୁତର ରହିଛି। ଏବେ ବି ଲୋକମାନଙ୍କ ମନରୁ ଅନ୍ଧବିଶ୍ୱାସ, କୁସଂସ୍କାର ଯାଇନଥିବା ଏହି ଘଟଣାରୁ ଜଣାପଡ଼ିଛି। ଏହି ଗ୍ରାମର ଦେବବରଙ୍କ ପତ୍ନୀ ସୁଶୀଳାଙ୍କ ୩ ବର୍ଷର ପୁଅ ଥିବା ବେଳେ ୨ମାସ ତଳେ ଜାଆଁଳା ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଏହି ଶିଶୁ କନ୍ୟା ଅପପୁଷ୍ଟିର ଶିକାର ହୋଇଥିଲେ। ଗତ ସପ୍ତାହରେ ଦୁଇ ଶିଶୁ କନ୍ୟାଙ୍କ ପେଟ ଫୁଲି ଯିବା ସହ ଜ୍ୱର ହୋଇଥିଲା। ହେଲେ ପରିବାର ଲୋକେ ଡାକ୍ତରଖାନା ପରିବର୍ତ୍ତେ ବଲାଙ୍ଗୀର ଜିଲ୍ଲା ବଂଗୋମୁଣ୍ଡା ଗାଁର ଜଣେ ମହିଳା ଦିସାରୀଙ୍କ ନିକଟକୁ ନେଇ ପେଟରେ ଚେଙ୍କ ଦେଇଥିଲେ। ଫଳରେ ୨ ଶିଶୁ ଗୁରୁତର ହୋଇ ପଡ଼ିଛନ୍ତି। ଏହା ପୂର୍ବରୁ ବେଦବରଙ୍କ ଏକ ନବଜାତ ଶିଶୁ କନ୍ୟା କଳାଛିରାରେ ଆକ୍ରାନ୍ତ ହୋଇଥିଲେ। ହେଲେ ଉପଯୁକ୍ତ ଚିକିତ୍ସା ଅଭାବରୁ ତା’ର ମୃତ୍ୟୁ ଘଟିଥିଲା। ଏହି ଶିଶୁଙ୍କୁ ଚେଙ୍କ ଦେବା ଦ୍ୱାରା ସେମାନେ ସପ୍ତାହକ ପରେ ବି ବିଛଣାରେ ପଡ଼ିରହି ଛଟପଟ ହେଉଛନ୍ତି। ଫଳରେ ଦିନକୁ ଦିନ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାକୁ ଲାଗିଛି। ଏନେଇ ରବିବାର ଡୁଆଝର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ରିତେଶ ପଣ୍ଡାଙ୍କୁ ପଚାରିବାରୁ ଏ ସମ୍ପର୍କରେ ଜାଣି ନଥିବା କହିଛନ୍ତି।
ଦୁଇ ଶିଶୁଙ୍କୁ ଚେଙ୍କ, ଅବସ୍ଥା ଗୁରୁତର
Advertisment
Follow Us