ଦୁଇ ବଙ୍ଗୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ!, ଦୁଷ୍କର୍ମ ବେଳେ କଲେ ଭିଡିଓ ରେକର୍ଡିଂ

Advertisment
ଜୁନାଗଡ଼ ଗଣଦୁଷ୍କର୍ମ ମାମଲା : ଭିଡିଓ ଭାଇରାଲ ରୋକିବା ପାଇଁ କ୍ରାଇମ୍‌ବ୍ରାଞ୍ଚକୁ ଚିଠି, ଘଟଣାସ୍ଥଳକୁ ଗଲେ ମହିଳା କମିସନ ଅଧ୍ୟକ୍ଷା

catchnews.com

ଭୋଗରାଇ : ଦୁଇଜଣ ବଙ୍ଗୀୟ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। କିଛି ଯୁବକ ଓ ଏକ ଗେଷ୍ଟ ହାଉସ୍‌ର ପରିଚାଳକ ମିଳିମିଶି ଏପରି ଅମାନୁଷିକ କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି।

ପଶ୍ଚିମବଙ୍ଗ ହାୱଡ଼ାରୁ ଦୁଇଜଣ ଯୁବତୀ ଗତକାଲି ଦୀଘା ବେଳାଭୂମିକୁ ବୁଲିବା ପାଇଁ ଆସିଥିଲେ। ସେମାନେ ରାତିରେ ରହଣି ପାଇଁ ହୋଟେଲ୍‌ ଖୋଜିବା ଉଦ୍ଦେଶ୍ୟ ନେଇ ସ୍ଥାନୀୟ ବସ୍‌ଷ୍ଟାଣ୍ଡ ପାଖରେ ଛିଡ଼ା ହୋଇଥିଲେ। ଏତିକିବେଳେ ୩ ଜଣ ଯୁବକ ଗୋଟିଏ ବାଇକ୍‌ ଯୋଗେ ସେଠାରେ ପହଞ୍ଚିଥିଲେ। ନିଜକୁ ଗେଷ୍ଟ ହାଉସ୍‌ର କର୍ମଚାରୀ ବୋଲି ପରିଚୟ ଦେବା ସହ ରହିବାର ବ୍ୟବସ୍ଥା କରାଇ ଦେବେ ବୋଲି କହିଥିଲେ। ଯୁବତୀ ଦୁଇଜଣ ବି ଯୁବକମାନଙ୍କ କଥାକୁ ବିଶ୍ୱାସ କରିଯାଇଥିଲେ। ପରେ ସେମାନେ ଯୁବତୀଙ୍କୁ ପଶ୍ଚିମବଙ୍ଗ ସୀମାଠାରୁ ୧ କିମି ଦୂର ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍‌ ଅଧୀନ ଚନ୍ଦନେଶ୍ବର ସାହାବାଜିପୁର ରାସ୍ତା ପାର୍ଶ୍ବସ୍ଥ ଏକ ମଠ ସମ୍ମୁଖରେ ଥିବା ଗେଷ୍ଟ୍‌ ହାଉସ୍‌କୁ ନେଇଯାଇଥିଲେ। ରାତିରେ ସଂପୃକ୍ତ ଯୁବକମାନେ ଗେଷ୍ଟ ହାଉସ୍‌ ପରିଚାଳକ ସହ ମିଶି ଜୋରଜବରଦସ୍ତ ଯୁବତୀମାନଙ୍କୁ ଦୁଷ୍କର୍ମ କରିଥିଲେ। ଏମିତି କି ଦୁଷ୍କର୍ମ ସମୟର ଭିଡିଓ ରେକର୍ଡିଂ ମଧ୍ୟ କରିଥିଲେ। ଏନେଇ କାହାକୁ କିଛି କହିଲେ ଜୀବନରୁ ମାରି‌େଦବା ସହ ଭିଡିଓ ଭାଇରାଲ୍‌ କରିଦେବାକୁ ଧମକ ଦେଇଥିଲେ।

ତେବେ ଭୋର୍‌ ସମୟରେ ଜଣେ ଯୁବତୀ କୌଶଳ କ୍ରମେ ଗେଷ୍ଟ ହାଉସ୍‌ରୁ ଖସି ଆସି ସ୍ଥାନୀୟ ଲୋକଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ଲୋକମାନେ ତାଳସାରି ସାମୁଦ୍ରିକ ଥାନାକୁ ଖବର ଦେଇଥିଲେ। ପୁଲିସ ଖବର ପାଇ ଗେଷ୍ଟ ହାଉସ୍‌ରେ ପହଞ୍ଚିବା ସହ ଅନ୍ୟଜଣେ ପୀଡ଼ିତାଙ୍କୁ ଉଦ୍ଧାର କରିଥିଲା। ଅନ୍ୟପଟେ ଧରାପଡ଼ିଯିବା ଭୟରେ ଅଭିଯୁକ୍ତମାନେ ସେଠାରୁ ଫେରାର୍‌ ହୋଇଯାଇଥିଲେ।

ପୁଲିସ ଏହି ଘଟଣାରେ ପୀଡ଼ିତ ଦୁଇ ଯୁବତୀଙ୍କ ବୟାନ ରେକର୍ଡ କରିଥିବାବେଳେ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe