ବାଇକ୍ ଚୋରି ଅଭିଯୋଗରେ ୨ କୋର୍ଟଚାଲାଣ

Advertisment
ବାଇକ୍ ଚୋରି ଅଭିଯୋଗରେ ୨ କୋର୍ଟଚାଲାଣ

ପାଟଣାଗଡ଼ : ପାଟଣାଗଡ଼ ରମାଇଁ ହାଇସ୍କୁଲ ନିକଟରୁ ହୋଇଥିବା ବାଇକ୍‌ ଲୁଟ୍‌ ଘଟଣାର ଦୁଇ ଅଭିଯୁକ୍ତଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଦ୍ବୟ ହେଲେ ପାଟଣାଗଡ଼ ବଡ଼ପଡ଼ାର ଦୀନେଶ ନାଗ(୨୫) ଓ ନିକଟସ୍ଥ କୁତୁମୁଣ୍ଡା ଗାଁର ପୁରନ୍ଦର କୁମ୍ଭାର(୨୦)।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୨୬ ତାରିଖ ରାତି ପ୍ରାୟ ୧ଟାରେ ସ୍ଥାନୀୟ ଜେଲ୍‌ ଲାଇନ ପଡ଼ାର ଅବିଦ୍ ମହମ୍ମଦ ବାଇକ୍‌ରେ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ରମାଇଁ ହାଇସ୍କୁଲ ନିକଟରେ ଦୀନେଶ ଓ ପୁରନ୍ଦର ତାଙ୍କୁ ଅଟକାଇ ତାଙ୍କ ବାଇକ୍ (ଓଆର୍‌ ୧୭ ସି ୬୮୦୫)କୁ ଲୁଟି ନେଇଥିଲେ। ଏ ସମ୍ପର୍କରେ ଅବିଦ୍ ପାଟଣାଗଡ଼ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏହାର ତଦନ୍ତ କରି ଦୀନେଶ ଓ ପୁରନ୍ଦରଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ଆଉ ୩ଟି ବାଇକ୍‌ ମଧ୍ୟ ଜବତ କରାଯାଇଛି ବୋଲି ଥାନାଧିକାରୀ ଅନନ୍ତ ପଧାନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe