ପୋଲରୁ ଖସିପଡ଼ିଲେ ୨ ଆରୋହୀ, କକା-ପୁତୁରାଙ୍କ ମୃତ୍ୟୁ

Advertisment
କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ପାଟଣାଗଡ଼: ପାଟଣାଗଡ଼-ପଦ୍ମପୁର ରାସ୍ତାର ପାଢେଲ ଗ୍ରାମ ନିକଟରେ ଥିବା ବୁଲାଇ ଠାରେ ଥିବା ପୋଲ ତଳକୁ ଖସି ପଡ଼ି ୨ ଜଣ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ରିପୋର୍ଟ ଲେଖାଯିବା ମୃତକମାନେ ହେଲେ କକା-ପୁତୁରା ନୀଳମଣି ବାଗ (୪୦) ଓ ରାଧୁ ବାଗ୍‌ (୫୫)।

ସୂଚନା ଅନୁଯାୟୀ, ପାଢେଲ ପଟରୁ ଏକ ବାଇକ୍‌ରେ ଦୁଇ ଜଣ ଲୋକ ପାଟଣାଗଡ଼ ଅଭିମୁଖେ ଆସୁଥିଲେ। ଆସିବା ସମୟରେ ପାଢେଲ ନିକଟସ୍ଥ ବୁଲିଣି ଠାରେ ଥିବା ପୋଲ ଠାରେ ଭାରସାମ୍ୟ ହରାଇ ଥିଲେ। ସେମାନେ ପୋଲ ତଳକୁ ବାଇକ୍ ସହ ଖସି ପଡ଼ିଥିଲେ। ଫଳରେ ପୋଲ ତଳେ ଥିବା କଂକ୍ରିଟ ଓ ପଥରରେ କଚାଡ଼ି ହୋଇ ଗୁରୁତର ହୋଇ ପଡିଥିଲେ।

ସୂଚନା ପାଇ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ପୁଲିସ, ଆମ୍ବୁଲାନ୍ସ ଓ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହୀନି ସେମାନଙ୍କୁ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରଖାନାକୁ ପୁଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବା ବେଳେ ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳି ନ ଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe