ଅଜଣା ପିକଅପ ଧକ୍କାରେ ଦୁଇ ବାଇକ ଆରୋହୀ ଗୁରୁତର

ଅଜଣା ପିକଅପ ଧକ୍କାରେ ଦୁଇ ବାଇକ ଆରୋହୀ ଗୁରୁତର

ପାପଡାହାଣ୍ଡି : ନବରରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପାତ୍ରି ଗ୍ରାମପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣ ମୁଣ୍ଡାଗୁଡା ମଶାଣିପଡା ଛକ ନିକଟରେ ଅଜଣା ପିକଅପ ଧକ୍କାରେ ଦୁଇ ବାଇକ ଆରୋହୀ ଗୁରୁତର ହୋଇଛନ୍ତି । ସୂଚନା ଅନୁଯାୟୀ ପାପଡାହାଣ୍ଡି ଗ୍ରାମର ମହେନ୍ଦ୍ର ଭତରା (୨୧) ଓ ପାପଡାହାଣ୍ଡି ବ୍ଲକ ଜଟାବାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖୁଟୁଗୁଡା ଗ୍ରାମ ର ଫୁଲସିଙ୍ଘ ଭତରା (୪୫) କୌଣସି କାମରେ ଏକ ବାଇକ ଯୋଗେ ଖଳିଗୁଡା ଗ୍ରାମକୁ ଆସିଥିଲେ । କାମ ସରିବା ପରେ ଦୁହେଁ ବାଇକ ଯୋଗେ ନିଜ ଘରକୁ ଫେରୁଥିଲେ । ତେବେ ରାତ୍ର ୯ ଘଣ୍ଟା ସମୟରେ ବ୍ରାହ୍ମଣ ମୁଣ୍ଡାଗୁଡା ଗ୍ରାମ ମଶାଣିପଦା ଛକ ନିକଟରେ ବିପରୀତ ଦିଗରୁ ଆସି ଏକ ଅଜଣା ପିକଅପ ଭ୍ୟାନ ବାଇକକୁ ଧକ୍କା ଦେଇ ଚାଲି ଯାଇଥିଲା।

ଦୁଇ ବାଇକ ଆରୋହୀ ରାସ୍ତା କଡରେ ଛିଟିକି ପଡି ରହିଥିବା ଦେଖି ଗ୍ରାମବାସୀ ଦୁହିଁଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ମହେନ୍ଦ୍ରର ମୁଣ୍ଡ ଫାଟି ଥିବା ଯୋଗୁ ବହୁ ମାତ୍ର ରେ ରକ୍ତ ସ୍ରାବ ହେଉଥିଲା । ଦୁର୍ଘଟଣାରେ ଫୁଲସିଙ୍ଗଙ୍କ ଡାହାଣ ହାତ ଓ ଡାହାଣ ଗୋଡ଼ ଭାଙ୍ଗି ଯାଇଥିବା ଡାକ୍ତର ସୁଶ୍ରୀତା ସେଟ୍ଟୀ ସୂଚନା ଦେଇଛନ୍ତି ।  ତେବେ ଦୁହିଁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ପ୍ରାଥମିକ ଚିକିତ୍ସା ପରେ ଦୁହିଁଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe