ଦୁଇ ବାଇକ ମୁହାଁମୁହିଁ ଧକ୍କା: ୨ ମୃତ୍ୟୁ ୪ ଆହତ

ଗତକାଲି ବିଳମ୍ବିତ ମଧ୍ୟ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ଜଣ ଆଦିବାସୀ ଯୁବକଙ୍କର ମୃତ୍ୟୁ ହେବା ସହ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି। କୋରାପୁଟ ଜିଲ୍ଲା ନାରାୟଣପାଟଣା ସ୍ଥିତ ଷ୍ଟେଟ ବ୍ୟାଙ୍କ ସାମ୍ନାରେ ଘଟଣା ଟି ଘଟିଛି ....

Two bikes collide head-on: 2 dead

Two bikes collide head-on: 2 dead

ନାରାୟଣପାଟଣା,: ଗତକାଲି ବିଳମ୍ବିତ ମଧ୍ୟ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ଜଣ ଆଦିବାସୀ  ଯୁବକଙ୍କର ମୃତ୍ୟୁ  ହେବା ସହ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି।  କୋରାପୁଟ ଜିଲ୍ଲା  ନାରାୟଣପାଟଣା ସ୍ଥିତ ଷ୍ଟେଟ ବ୍ୟାଙ୍କ ସାମ୍ନାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ବିଳମ୍ବିତ ରାତି ପ୍ରାୟ ୧ଟା ସମୟରେରେ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ନିକଟରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହୋଇଥିଲେ। ଦୁଇ ମୋଟରସାଇକେଲ ନମ୍ବର ହେଉଛି ଓଡି ୧୦ ଏକ୍ସ ୬୯୩୬ ଓ ଓଡି ୧୦ ବି ୯୩୦୪। ଗୋଟୀଏ ମୋଟରସାଇକେଲରେ ୪ ଜଣ ଓ ଅନ୍ୟ ମୋଟର ସାଇକେଲରେ ଦୁଇଜଣ ବସିଥିଲେ। ଦ୍ରୁତଗତିରେ ଯାଉଥିବା ବାଇକ୍  ଷ୍ଟେଟ ବ୍ୟାଙ୍କ ସାମ୍ନାରେ ମୁହାଁମୁହିଁ ଧକ୍କା ହେବା ଯୋଗୁ ଦୁଇ ଜଣ ରାସ୍ତା କଡକୁ ଛିଟିକି ପଡିଥିଲେ।

ଦୁଇଜଣଙ୍କ ମୁଣ୍ଡରେ ଆଘାତ ଯୋଗୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଘଟଣା ସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ୪ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ସ୍ଥାନୀୟ ଯୁବକମାନେ ନାରାୟଣପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଲାଗି ଭର୍ତି କରିଥିଲେ । ମୃତ ଦୁଇ ଆଦିବାସୀ ଯୁବକ ହେଉଛନ୍ତି ଗାଦାବା ଗୁଡା ଗ୍ରାମର ଅଭି ମିଣିଆକା ଓ ଅନ୍ୟଜଣେ ଶରତ ତାଡିଙ୍ଗି ଥିବା ଜଣା ପଡିଛି । ଆହତ ହୋଇଥିବା ଅନ୍ୟ ଦୁଇ ଗଣେଶ ଶରଡିଆ ଏବଂ ପିଣ୍ଟୁ ଶରଡିଆଙ୍କୁ  ପ୍ରାଥମିକ ଚିକିତ୍ସା ନିମନ୍ତେ ସ୍ଥାନୀୟ  ନାରାୟଣପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରା ଯାଇଥିଲା।

ଅନ୍ୟମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ୧୦୮ ଓ ସ୍ଥାନୀୟ ମେଡିକାଲ ଆମ୍ବୁଲାନ୍ସ ଦ୍ୱାରା କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇ ଥିବା ଜଣାଯାଇଛି। ସେଠାରେ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି।

ଅନୀଲ ସୁବୁଦ୍ଧି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe