ଦୁଇ ବାଇକ ମୁହାଁମୁହିଁ ଧକ୍କା ଜଣେ ମୃତ, ୩ ଗୁରୁତର

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ: ପକେଟରେ ଥିବା ୪ ଲକ୍ଷ ଟଙ୍କା ଗଲା କୁଆଡ଼େ?

stock.adobe.com

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଦରଲିମୁଣ୍ଡା ଗାଁ ନିକଟରେ ମଙ୍ଗଳବାର ରାତ ପ୍ରାୟ ୮ଟା ବେଳେ ଦୁଇଟି ବାଇକ ମଧ୍ୟରେ ମୁହାଁମୁଁହି ଧକ୍କା ହୋଇ ଜଣକର ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ମୃତକ ହେଲେ ବରଗଡ଼ ଜିଲ୍ଲା ବରପାଲି ସହରର ନାରାୟଣ ମେହେର(୫୦)।

ଗୁରୁତର ଆହତମାନେ ହେଲେ ବଲାଙ୍ଗୀର ଟିଟିଲାଗଡ଼ର ଅଭିଷେକ ବଛା(୨୪), କମାଲିଭଟା ଗାଁର ଧିରାଜ ନାଏକ(୨୩) ଓ ବଲାଙ୍ଗୀର ସହରର ମହେନ୍ଦ୍ର ପଟେଲ(୨୪)। ସ୍ଥାନୀୟ ଲୋକେ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ନାରାୟଣଙ୍କୁ ମୃତ ଘୋଷଣା କରିଥିଲେ। ଜୋଙ୍କ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ ଦୁଇଟିକୁ ଜବତ କରି ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe