୨ଟି ବୋମା ଉଦ୍ଧାର: ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଖଞ୍ଜିଥିଲେ ନକ୍ସଲ

Advertisment
୨ଟି ବୋମା ଉଦ୍ଧାର: ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଖଞ୍ଜିଥିଲେ ନକ୍ସଲ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ନକ୍ସଲ ପୁଣି ହିଂସା ଘଟାଇବାକୁ ଯୋଜନା କରିଥିବା ବେଳେ ସୁରକ୍ଷାକର୍ମୀଙ୍କ ଦ୍ବାରା ତାକୁ ଭଣ୍ଡୁର କରାଯାଇଛି। ପୁଲିସ ଦ୍ବାରା ଏବେ ‘ମାଡ ବଚାଓ’ ଅଭିଯାନ ଚାଲିଛି। ଲଗାତାର ନକ୍ସଲ ଦମନ ନେଇ ଜଂଗଲରେ ଯବାନ କୁମ୍ବିଂ କରୁଛନ୍ତି। ଆଜି ସକାଳୁ ଥାନା ଧୋନରା ଅଂଚଳରେ ଜିଲ୍ଲା ପୁଲିସ ଏବଂ ଆଇଟିବିପି ଯବାନ ସର୍ଚ୍ଚିଂ କରୁଥିଲେ। ଧୋନରା ଏବଂ ଓରଛା ମଧ୍ୟରେ ରହିଥିବା ମୁଖ୍ୟ ରାସ୍ତାରେ ଯବାନ ସର୍ଚ୍ଚ କରୁଥିବା ବେଳେ ବିଦ୍ୟୁତ ତାର ଦେଖିବାକୁ ପାଇଥିଲେ।ତୁରନ୍ତ ଯବାନ ସତର୍କତା ଅବଲମ୍ବନ କରି ସେହି ଅଂଚଳକୁ ଘେରିଥିଲେ। ବିଦ୍ୟୁତ ତାରକୁ ଦେଖି ତାହା କେତେ ଦୁର ଲମ୍ବିଛି ତାହାର ଯାଞ୍ଚ କରିଥିଲେ। ତାରଟି ଗୋଟିଏ ପ୍ରେସର କୁକର ବୋମା ଏବଂ ଅନ୍ୟଟି ଟିଫିନ ବୋମାରେ ଖଞ୍ଜା ହୋଇଥିଲା। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିଏହି ବୋମା ନକ୍ସଲ ଖଞ୍ଜିଥିଲେ।

ନକ୍ସଲ ସଂପର୍କିତ ଅଧିକ ଖବର: ୧୦ମ ଶ୍ରେଣୀ ଛାତ୍ରକୁ ପୁଲିସ ଇନଫର୍ମର ସନ୍ଦେହରେ ହତ୍ୟା କଲେ ନକ୍ସଲ

ତେବେ ଯବାନଙ୍କ ଆଖି ଏହି ବୋମା ଉପରେ ପଡିବା ପରେ ଏକ ବଡ଼ଧରଣର ଅଘଟଣକୁ ଏଡାଇ ଦିଆଯାଇଥିବା ପୁଲିସ କହିଛି। ତୁରନ୍ତ ବୋମା ନିଷ୍କ୍ରିୟକ‌ାରୀ ଦଳକୁ ଘଟଣାସ୍ଥଳକୁ ଡକାଯାଇଥିଲା।ଅତି ସତର୍କତାର ସହ ବୋମା ନିଷ୍କ୍ରିୟ ଦଳ ବୋମାଗୁଡିକକୁ ନିଷ୍କ୍ରିୟ କରିଥିଲେ। ପ୍ରେସର କୁକର ବୋମାର ଓଜନ ୩ କିଲୋ ଥିବା ବେଳେ ଟିଫିନ ବୋମାର ଓଜନ ୨ କିଲୋ ଥିବା ପୁଲିସ କହିଛି। ଯବାନ ଏହି ଅଂଚଳକୁ ଗେରି କୁମ୍ବିଂକୁ ଆହୁରି କଡ଼ାକଡ଼ି କରୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe