Two bowties seized with native gun: One arrested Photograph: (sambad.in)
ନୂଆପଡ଼ା:ନୂଆପଡ଼ା ଜିଲ୍ଲା କୋମନା ଥାନା ଦେଓଦରା ଗାଁରୁ ଦେଶୀ ବନ୍ଧୁକ ସହ ଦୁଇ ଧନୁତୀର ଜବତ ହୋଇଛି। ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
କୋମନା ପୁଲିସ ଠାରୁ ମିଳିଥିବା ସୂଚନା ଅନୁସାରେ ଗତ ରାତିରେ ଦେଓଦରା ଗାଁରେ ଗଣେଶ ପୂଜା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବୋଡେ଼ନ ଥାନା ଅଧିନସ୍ଥ ଭୂଇପାଣି ଗାଁର ନରେଶ ପହଁରିଆ (୬୫) ଦେଓଦର ଗାଁକୁ ଅସି ଗାଁର ମଦନ ମୋହନ ଦୀପଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇ ଗାଳି ଗୁଲଜ କରିଥିଲେ।
ଗ୍ରାମବାସୀ ଭୟଭୀତ ହୋଇ କୋମନା ପୁଲିସକୁ ଖବର ଦେଇଥିଲେ। କୋମନା ଥାନା ଏସ ଆଇ କୁଳମଣି ଗୁର୍ଦାଙ୍କ ସହ ପୁଲିସ ଟିମ ଦେଓଦରା ଗାଁରେ ପହଞ୍ଚି ନରେଶ ପହଁରିଆକୁ ଧରିବା ସହ ତାଙ୍କ ଠାରୁ ଦେଶୀ ବନ୍ଧୁକ ସହ ଦୁଇ ଧନୁତୀର ଜବତ କରିଥିଲେ। ଅଭିଯୁକ୍ତଙ୍କ କୋଟ ଚାଲାଣ କରାଯାଇଥିବା ଏସଆଇ ସୂଚନା ଦେଇଛନ୍ତି।
Nuapada | Crime
Follow Us