ଯୁବକକୁ ପିଟିପିଟି ହତ୍ୟା ଘଟଣା : ଦୁଇ ଭାଇ ଗିରଫ 

Advertisment
୪ ସନ୍ଦିଗ୍ଧ ଆଇଏସ୍‌ଆଇଏସ୍‌ ଆତଙ୍କବାଦୀ ଗିରଫ

new-indian-express

ବୀରମିତ୍ରପୁର/କୁଆରମୁଣ୍ଡା,୩।୨(ଇମିସ): ବୀରମିତ୍ରପୁର ଥାନା ଅନ୍ତର୍ଗତ ରାମପାଲ ଛକ ନିକଟରେ ଯୁବକକୁ ଚୋରି କରିଥିବା ଅଭିଯୋଗରେ ଦୁଇଭାଇ ମିଶି ଠେଙ୍ଗାରେ ପିଟିପିଟି ହତ୍ୟା କରିଥିବା ଘଟଣାରେ ଆଜି ପୁଲିସ ଦୁଇଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରାପ୍ତ ସୂଚନା ଅନୁଯାଇ ରାମପାଲ ଛକ ନିକଟରେ ଢାବା କରିଥିବା ସୁରେଶ ପଣ୍ଡାଙ୍କ ନିର୍ମାଣାଧୀନ ଘରର ଝରକାକୁ କୌଣସି ଦୁର୍ବୃତ୍ତ ଚୋରିକରି ନେଇଯାଇଥିଲେ। ସେହି ଗ୍ରାମର ସାନିକା ଲାକ୍ରା (୩୫) କୌଣସି କାମରେ ରାମପାଲ ଛକ ଆସିଥିବାବେଳେ ସୁରେଶ ପଣ୍ଡା ସାନିକା ଲାକ୍ରାଙ୍କୁ କୁଆଡ଼େ ତାଙ୍କ ଝରକା ଚୋରି କରିଥିବା କହିବା ସହ ସାନିକାଙ୍କୁ ତାଙ୍କ ଢାବାକୁ ଡାକିନେଇ ସୁରେଶ ପଣ୍ଡା ଓ ତାଙ୍କ ଭାଇ ସନ୍ତୋଷ ପଣ୍ଡା ଦୁଇ ଭାଇ ମିଶି ଏକ ରସିରେ ହାତଗୋଡ଼ ବାନ୍ଧି ଠେଙ୍ଗାରେ ନିସ୍ତୁକ ମାଡ଼ ମାରିଥିଲେ।

ସାନିକା ଲାକ୍ରା ଦରମରା ହୋଇ ପଡ଼ିଯିବାରୁ ତାଙ୍କୁ ସେଠାରୁ ନିଜ କାର୍‌ରେ ନେଇ  କୁଆରମୁଣ୍ଡା ପଟକୁ ଯାଉଥିବାବେଳେ ବାଟରେ କୁଆରମୁଣ୍ଡା ପୁଲିସ ହାତରେ ଧରା ପଡ଼ିଯାଇଥିଲେ। କାର୍‌ରେ ସାନିକାର ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତ ସୁରେଶ ପୁଲିସ ହାତରେ ଧରାପଡ଼ିଥିବାବେଳେ ସନ୍ତୋଷ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସାନିକାଙ୍କ ପରିବାର ଲୋକେ ବୀରମିତ୍ରପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଚଳାଇଥିଲେ। ଆଜି ବୀରମିତ୍ରପୁର ଥାନା ଅଧିକାରୀ ଆଶିଷ କୁମାର ଜେନା, ଏସଆଇ ନିରୁପମା ମହାପାତ୍ର ପୁଲିସ ଦଳସହ ବିଜାବାହାଲ ବସ୍ତି ଉପରେ ଚଢ଼ଉ କରି ସନ୍ତୋଷ ପଣ୍ଡାକୁ ଗିରଫ କରିଥିଲେ। ଆଜି ଅଭିଯୁକ୍ତ ଦୁଇଭାଇଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe