କ୍ରସର କାନ୍ଥ ପଡ଼ି ଦୁଇ ଭାଇ ମୃତ

Advertisment
କ୍ରସର କାନ୍ଥ ପଡ଼ି ଦୁଇ ଭାଇ ମୃତ

publive-imageକୁକୁଡ଼ାଖଣ୍ଡି : ଗଂଜାମ ଜିଲ୍ଲା, କୁକଡାଖଣ୍ଡି ବ୍ଲକ୍‌ ଅନ୍ତର୍ଗତ ଗୁରୁଣ୍ଠିରେ ଥିବା କ୍ରସ୍‌ର ନିକଟରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଟ୍ରାକ୍ଟରରେ ଚିପ୍‌ସ(ଗୋଡ଼ି) ନେବାକୁ କ୍ରସ୍‌ରକୁ ଆସିଥିବା ଦୁଇ ଭାଇଙ୍କର କ୍ରସ୍‌ର କାନ୍ଥ ଭୁଶୁଡି ମୃତ୍ୟୁ ହୋଇଛି। ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଭାଇଙ୍କ ଶବକୁ ଜବତ କରି ଏହାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ ଟ୍ରାକ୍ଟର ଚାଳକ ଓ ହେଲପରକୁ ଅଟକ ରଖିଛି।

ପ୍ରକାଶ ଯେ, ଆଜି ସକାଳେ ହିଂଜିଳିକାଟୁ ଥାନା ଅନ୍ତର୍ଗତ ପଳାସ ଗ୍ରାମର ସୁବାସ ଚନ୍ଦ୍ର ସାହୁଙ୍କ ଟ୍ରାକ୍ଟରରେ ଗୋଡ଼ି ନେବାକୁ ଦୁଇ ଭାଇ କାଳିଆ ସେଠୀ(୩୫) ଓ ବାବୁ ସେଠୀ(୩୩) ଗୁରୁଣ୍ଠି ସ୍ଥିତ ଲକ୍ଷ୍ମୀନାରାୟଣ କ୍ରସରକୁ ଆସିଥିଲେ। ତେବେ ଦୁଇ ଭାଇ ଟ୍ରାକ୍ଟରରେ ଗୋଡି ଭର୍ତ୍ତି କରୁଥିବା ବେଳେ ନିକଟରେ ଥିବା ସିମେଣ୍ଟ୍‌ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଘଟଣାସ୍ଥଳରେ ଦୁଇ ଭାଇଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe