DNA India
ଧରାକୋଟ: ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅଧୀନ ଜାହାଡ଼ା ଗ୍ରାମ ଗାଁ ଛକରେ ଆଜି ଅପରାହ୍ନ ପ୍ରାୟ ୫ଟାରେ ସ୍ପଷ୍ଟ ଦିବାଲୋକରେ ଜଣେ ଯୁବକଙ୍କୁ ଅନ୍ୟ ଦୁଇ ଜଣ ଖଣ୍ଡାରେ ହାଣି ବୀଭତ୍ସ ହତ୍ୟା କରିଛନ୍ତି। ହତ୍ୟାର ଶିକାର ହୋଇଥିିବା ଯୁବକ ଜଣଙ୍କ ହେଲେ ସେହି ଗ୍ରାମର ଜେଲ୍ ଫେରନ୍ତା ପ୍ରତାପ ଖଟେଇ(୨୭)। ହତ୍ୟା ପରେ ଜାହାଡ଼ା ମୁଖ୍ୟରାସ୍ତା ବ୍ୟାଙ୍କ୍ ନିକଟ ଏକ ପାନ ତଥା କିରାଣି ଦୋକାନ ବାରଣ୍ଡାରେ ହିଁ କ୍ଷତବିକ୍ଷତ ଶବ ପଡ଼ି ରହିଥିଲା। ଖବର ପାଇ ଆସିକା ଏସ୍ଡିପିଓ ଉମାଶଙ୍କର ସିଂ ଓ ଧରାକୋଟ ଥାନାଧିକାରୀ ପ୍ରଭାତ କୁମାର ବେହେରା ସଦଳବଳେ ପହଞ୍ଚି ଶବ ଜବତ କରି ତଦନ୍ତ ଚଳାଇଛନ୍ତି।
ଦୁଇ ଅଭିଯୁକ୍ତ ଦୁଇ ଭାଇ ଓ ସେମାନେ ସ୍ବର୍ଗତ ଭଗବାନ ସାମଲଙ୍କ ଦୁଇ ପୁଅ ରାକେଶ ଓ ରାଜେଶ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ସୂଚନା ପାଇଥିବା କହିଛି। ବାପାଙ୍କୁ ହତ୍ୟାର ପ୍ରଅତିଶୋଧ ନେବାକୁ ଯାଇ ଆଜି ଦୁଇ ଭାଇ ପ୍ରତାପଙ୍କୁ ଅତର୍କିତ ଆକ୍ରମଣ କରି ହତ୍ୟା କରିଥିବା ପୁଲିସ ଅନୁମାନ କରୁଛି। ଗତ ୨୦୧୩ରେ ଭଗବାନଙ୍କୁ ହତ୍ୟା କରା ଯାଇଥିଲା ଓ ଏହି ମାମଲାରେ ପ୍ରତାପ ଅନ୍ୟତମ ଅଭିଯୁକ୍ତ ଥିବା ପୁଲିସ କହିଛି। ଏଣୁ ପୂର୍ବ ଶତ୍ରୁତାରୁ ଜେଲ୍ରୁ ଜାମିନ୍ରେ ଆସି ବାହାରେ ଥିବା ପ୍ରତାପଙ୍କୁ ଆଜି ହତ୍ୟା କରା ଯାଇଥିବା ପୁଲିସ ଅନୁମାନ କରିଛି।
ଗତ ୨୦୧୩ ଡିସେମ୍ବରରେ ଗୁଜୁରାଟର ସୁରତରେ ଏକ ହତ୍ୟା ମାମଲାକୁ ନେଇ ଭଗବାନ ସାମଲଙ୍କୁ ହତ୍ୟା କରା ଯାଇଥିଲା। ଏହି ମାମଲାରେ ଭଗବାନ ଖଟେଇ, କାଳିଆ ପ୍ରଧାନ, ହେମନ୍ତ ସ୍ବାଇଁ ଓ ପ୍ରତାପ ଖଟେଇ ଗିରଫ ହୋଇ ଜେଲ୍ ଯାଇଥିଲେ। ତିନି ମାସ ତଳେ ପ୍ରତାପ ଜେଲ୍ରୁ ଜାମିନ୍ରେ ଆସିଥିଲେ। ଆଜି ଅପରାହ୍ନ ପ୍ରାୟ ୫ଟା ବେଳେ ଜାହାଡ଼ା ସାକ୍ଷୀ ଗୋପୀନାଥ ସାହି ଛକରେ ଥିବା ଜଗାବଳିଆ ପାନ ଦୋକାନ ଆଗରେ ଛିଡ଼ା ହୋଇ ସିଗାରେଟ୍ ଟାଣୁଥିବା ବେଳେ ଭଗବାନ ସାମଲଙ୍କ ଦୁଇ ପୁଅ ରକେଶ ଓ ରାଜେଶ ଖଣ୍ଡା ସହ ବିଭିନ୍ନ ମାରଣାସ୍ତ୍ର ଧରି ଆସି ପ୍ରତାପଙ୍କ ମୁଣ୍ଡ, ବେକ ସହ ଶରୀରର ବିଭିନ୍ନ ସ୍ଥାନକୁ ଚୋଟ ପରେ ଚୋଟ ପକାଇଥିଲେ। ଘଟଣାସ୍ଥଳରେ ହିଁ ପ୍ରତାପଙ୍କ ମୃତ୍ୟୁ ଘଟିଥିଲା। ରାଜେଶ ଗାଁ ମୁଣ୍ଡରେ ଏକ ଚିକେନ୍ ଦୋକାନ କରିଛି ଓ ସେ ମାଂସକଟା କାତିରେ ହତ୍ୟା କରିଥିବା ପୁଲିସ ଜାଣିବାକୁ ପାଇଛି।
Follow Us