ଜମିବାଡିକୁ ନେଇ ବଡ ଭାଇକୁ ହତ୍ୟା ଘଟଣା: ଦୁଇ ଭାଇଙ୍କୁ ଆଜୀବନ କରାଦଣ୍ତାଦେଶ

Advertisment
୨୦୧୯ରେ ୫୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ ବିଡିଓ, ମିଳିଲା ୩ ବର୍ଷ ଜେଲ୍‌ଦଣ୍ଡ

ndtv.com

ନୂଆପଡ଼ା: ଖଡ଼ିଆଳ ଥାନା ନେହେନା ଗାଁରେ ଜମିବାଡିକୁ ନେଇ ବଡଭାଇଙ୍କୁ ହତ୍ୟା ଘଟଣାରେ ଆଜି ଅଭିଯୁକ୍ତ ଦୁଇ ଭାଇଙ୍କୁ ଜିଲ୍ଲା ଦୌରା ଓ ଦେୱାନୀ ଜଜ୍ ଆଜୀବନ କାରାଦଣ୍ତାଦେଶ ରାୟ ଦେଇଛନ୍ତି। ଖଡ଼ିଆଳ ଥାନା ନେହେନା ଗାଁର ବଡଭାଇ ଗୌତମ ଟାହାଣି (୪୫) ମଝିଆ ଭାଇ ନରୋତ୍ତମ ଟାହାଣି(୪୨) ଓ ସାନ ଭାଇ ଦେବାର୍ଚ୍ଚନ ଟାହାଣୀ (୪୦)ଙ୍କ ମଧ୍ୟରେ ଜମିବାଡିକୁ ନେଇ ବିବାଦ ଲାଗି ରହିଥିଲା।

ଗତ ୨୦୧୪ ଜୁନ ୭ ତାରିଖ ସକାଳେ ବଡ ଭାଇ ଗୌତମ ଓ ପୁଅ ଓମପ୍ରକାଶ ସହ ନଙ୍ଗଳ ଧରି ନିଜ ଜମିକୁ ଚାଷ କରିବାକୁ ଯାଇଥିଲେ। ସେଠାରେ ସାନଭାଇ ଦେବାର୍ଚ୍ଚନ ଓ ଗୌତମଙ୍କ ମଧ୍ୟରେ କଲି ଝଗଡା ହୋଇଥିଲା। ସେଠାରେ ନରୋତ୍ତମ ଓ ଦେବାର୍ଚ୍ଚନ ଅତକିର୍ତ ଭାବେ ଗୌତମଙ୍କୁ ଠେଙ୍ଗାର ଆକ୍ରମଣ କରିଥିଲେ। ଗୌତମଙ୍କ ପୁଅ ଓମପ୍ରକାଶ ଚିତ୍କାର କରିବାରୁ ଅଭିଯୁକ୍ତ ଦୁଇ ଭାଇ ଫେରାର ହୋଇଥିଲେ। ପରିବାର ଲୋକେ ରକ୍ତଜୁଡୁବୁଡ଼ୁ ଅବସ୍ଥାରେ ଗୌତମଙ୍କୁ ଗୁରୁତର ଅବସ୍ଥାରେ ଖଡ଼ିଆଳ ଉପଖଣ୍ତ ଚିକିତ୍ସାଳୟରେ ଭତ୍ତିର୍ କରିଥିଲେ। ସେଠାରେ ଗୌତମଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୂର୍ବାହ୍ନରେ ଗୌତମଙ୍କ ଶଳା ପାଞ୍ଚା ବାଗ ଖଡ଼ିଆଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଏନେଇ ଖଡ଼ିଆଳ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ଦୁଇ ଭାଇକୁ ଗିରଫ କରି କୋର୍ଟ ଚାଳାଣ କରିଥିଲେ। ଏନେଇ ନୂଆପଡ଼ା ଜିଲ୍ଲା ଦୌରା ଓ ଦେୱାନୀ କୋଟରେ ମାମଲା ବିଚାରଧିନ ରହିଥିଲା। ଆଜି ୧୯ ଜଣ ସାକ୍ଷୀ ଓ ୧୫ଟି ଦସ୍ତାବିଜକୁ ଭିତ୍ତି କରି ଜିଲ୍ଲା ଦୌରା ଓ ଦେୱାନୀ ଜଜ୍ ସଂଗ୍ରାମୀ କେଶରୀ ପଟ୍ଟନାୟକ ରାୟ ଶୁଣାଣି କରିଛନ୍ତି। ଏହି ମାମଲାରେ ସମସ୍ତ ସାକ୍ଷ ପ୍ରମାଣକୁ ଭିତ୍ତି ଅଭିଯୁକ୍ତ ଦୁଇ ଭାଇକୁ ଆଜୀବନ କାରାଦଣ୍ତରେ ଦଣ୍ତିତ କରିବା ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଆହୁରୀ ୬ ମାସ କାରାଦଣ୍ତ ଭୋଗିବାକୁ ନିେର୍ଦ୍ଦଶ ଦେଇଛନ୍ତି। ସରକାରୀ କ୍ୟାଡର ପିପି ବେଣୁଲାଲ ପ୍ରଧାନ ମାମଲାର ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe