ହାତ ଧରାଧରି ହୋଇ ଚାଲିଗଲେ ଦୁଇଭାଇ

Advertisment
ହାତ ଧରାଧରି ହୋଇ ଚାଲିଗଲେ ଦୁଇଭାଇ

ନର୍ଲା : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍‌ ରୁପ୍ରା ପଞ୍ଚାୟତ ଅନ୍ତର୍ଗତ ମାଲପଡ଼ା ଗାଁରେ ଦୁଇଭାଇ ହାତ ଧରାଧରି ହୋଇ ଆରପାରିକୁ ଚାଲିଯାଇଛନ୍ତି। ଏହି ଗାଁର ଜଗ ନାଏକ (୯୮ବର୍ଷ) ଓ ଇନ୍ଦ୍ର ନାଏକ (୯୫ବର୍ଷ) ଦୁଇଭାଇ ପ୍ରାୟ ୨୦ ମିନିଟ୍ ବ୍ୟବଧାନ ମଧ୍ୟରେ ଶନିବାର ସନ୍ଧ୍ୟାରେ ପ୍ରାଣ ହରାଇଛନ୍ତି। ଉଭୟଙ୍କ ସ୍ବାଭାବିକ ମୃତ୍ୟୁ ଘଟିଥିବା ପରିବାର ଲୋକେ କହିଛନ୍ତି।

ପ୍ରଥମେ ବଡ଼ଭାଇ ଜଗଙ୍କ ମୃତ୍ୟୁ ହୋଇଥିଲା। ଏହି ଖବର ସାନଭାଇ ଇନ୍ଦ୍ର ଜାଣିବା ପରେ କିଛି ସମୟ ମଧ୍ୟରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଥିଲା। ଶେଷ ସମୟରେ ଜଗଙ୍କ ପତ୍ନୀ ହେମ ନାଏକ, ଦୁଇପୁଅ ଭାଗୀରଥି ଓ ଭରତ, ବୋହୂ ରୁକ୍ମିଣୀ ଓ ଯାଜ୍ଞସେନୀ, ଦୁଇଝିଅ ନିଳାନ୍ଦ୍ରୀ ଓ ଶ୍ବେତା ତଥା ନାତି ନାତୁଣୀ ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ। ଗୋଟିଏ ଜୁଇରେ ଉଭୟଙ୍କ ଶବ ସତ୍କାର କରାଯାଇଥିଲା। ଭାଗୀରଥି ଓ ଭରତ ମୁଖାଗ୍ନି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe