ବଜ୍ରାଘାତରେ ଦୁଇ ମଇଁଷି ମୃତ

Advertisment
ବଜ୍ରପାତରେ ୩ ମହିଳାଙ୍କ ମୃତ୍ୟୁ

ABC News

ପାଣିକୋଇଲି : ଗତକାଲି ବିଳମ୍ବିତ ରାତିରେ କାଳବୈଶାଖୀ ଝଡ଼ତୋଫାନରେ ବଜ୍ରପାତ ଯୋଗୁଁ ସାହାପୁରସ୍ଥିତ ମସୁଦପୁର ଖରସ୍ରୋତା ନଦୀକୂଳରେ ଦୁଇଟି ମଇଁଷିଙ୍କର ମୃତ୍ୟୁ ହୋଇଛି।

ସୂଚନା ମୁତାବକ, ବ୍ରହ୍ମବରଦା ଥାନା ଅନ୍ତର୍ଗତ ମହେଶ୍ବରପୁର ଗ୍ରାମର ଚାହାଣି ଦାସଙ୍କ ପୁଅ ଉତ୍ସବ ମସୁଦପୁର ଖରସ୍ରୋତା ନଦୀକୂଳରେ ପ୍ରାୟ ୨୫ ଦିନ ହେଲା ୨୩ ଟି ମଇଁଷିଙ୍କୁ ନେଇ ଗୋଠ କରି ରହିଥିଲେ। ବିଳମ୍ବିତ ରାତିରେ କାଳବୈଶାଖୀ ପ୍ରଭାବରେ ବର୍ଷା ଏବଂ ପବନ ସହ ବଜ୍ରପାତ ହୋଇଥିଲା। ବଜ୍ରାଘାତରେ ୨୩ ଟି ମଇଁଷିଙ୍କ ମଧ୍ୟରୁ ଦୁଇଟି ମଇଁଷିଙ୍କ ମୃତ୍ୟୁ ହୋଇଥିଲା। ଆଜି ସକାଳେ ଏହା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ କୋରେଇ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ପହଞ୍ଚି ତଦନ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe